fbpx

୪୮ ଘଣ୍ଟା ଭିତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ, ଭାରତୀୟ ନିର୍ବାଚନ କମିଶନଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଆଜି ଅର୍ଥାତ୍ ଶୁକ୍ରବାର ଘୋଷଣା ହୋଇପାରେ । ଯଦିଓ ଏ ବିଷୟରେ କୌଣସି ଅଧିକାରୀକ ସୂତ୍ରରୁ ଘୋଷଣା କରାଯାଇନାହିଁ ତଥାପି ଏକ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ଭାରତୀୟ ନିର୍ବାଚନ କମିଶନ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଦୁଇ ନବନିଯୁକ୍ତ ନିର୍ବାଚନ କମିଶନର ସାମିଲ ହେବେ । ଏହି ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ହେବ । ଏହା ସହିତ ଦୁଇ ନୂତନ ନିର୍ବାଚନ କମିଶନରଙ୍କୁ ନିର୍ବାଚନ ପ୍ରକ୍ରିୟା ଓ ପ୍ରସ୍ତୁତି ବିଷୟରେ ତଥ୍ୟ ପ୍ରଦାନ କରାଯିବ । ବୈଠକରେ ସୁରକ୍ଷା ଓ ମତଦାତାଙ୍କ ସୁବିଧା ଉପରେ ମଧ୍ୟ ଆଲୋଚନା କରାଯିବ ।

ଏହା ପୂର୍ବରୁ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସନ୍ଧୁ ଦାୟିତ୍ୱ ନେଇ ସାରିଛନ୍ତି । ଭାରତୀୟ ନିର୍ବାଚନ କମିଶର ବୟାନରୁ ଜଣାଯାଇଛି କି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ସମୟରେ ଉଭୟଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବ ସାଧାରଣ ନିର୍ବାଚନ ଟ୍ରେଣ୍ଡକୁ ଦେଖିଲେ ଏହା ଜଣାପଡୁଛି କି ସବୁଥର ପରି ଏଥର ବି ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଏପ୍ରିଲ -ମେ’ ରେ ଅନୁଷ୍ଠିିତ ହୋଇପାରେ ।

Get real time updates directly on you device, subscribe now.