fbpx

Animalର ସଫଳତା ପରେ ଫିଲ୍ମ ପାଇଁ ଏତିକି ଚାର୍ଜ କରୁଛନ୍ତି ତୃପ୍ତି ଡିମ୍ରି, ଡବଲ କରିଦେଲେ ଫିସ୍

ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲର ସଫଳତା ପରେ ତୃପ୍ତି ଡିମ୍ରି ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଭୂମିକା ବହୁତ ବଡ ନଥିଲା, ତଥାପି ସେ ତାଙ୍କ ଅଭିନୟ ସହିତ ପ୍ରଶଂସକଙ୍କୁ ମତୁଆଲା କରିଛନ୍ତି। ଆନିମଲ ଫିଲ୍ମରେସଫଳତା ପରେ, ତୃପ୍ତି ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି। ତାଙ୍କୁ ଅନେକ ପ୍ରୋଜେକ୍ଟ ଦିଆଯାଉଛି। ତୃପ୍ତି ଭୁଲ ଭୁଲେୟା ୩ ରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। ତେବେ ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ପାଇଁ ଫିସ୍ ବୃଦ୍ଧି କରିଛନ୍ତି। ତୃପ୍ତି ତାଙ୍କ ପେମେଣ୍ଟକୁ ଦ୍ୱିଗୁଣିତ କରିଛନ୍ତି। ତଥାପି, ନିର୍ମାତାମାନେ ତାଙ୍କୁ ବର୍ଦ୍ଧିତ ଫି ଦେବାକୁ ଖୁସିରେ ପ୍ରସ୍ତୁତ ଅଛନ୍ତି।

ରିପୋର୍ଟ ମୁତାବକ, ଆନିମଲ ଫିଲ୍ମରେ ସଫଳତା ପରେ, ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସମାନେ ପୂର୍ବ ତୁଳନାରେ ତିନି ଗୁଣ ବୃଦ୍ଧି ପାଇଛନ୍ତି। ଫଲୋର୍ସମାନଙ୍କ ଏପରି ପରିବର୍ତ୍ତନ ପରେ ହିଁ ସେ ନିଜର ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତୃପ୍ତି ଭୁଲ ଭୁଲେୟାର ଫିଲ୍ମ ନିର୍ମାତାମାନଙ୍କୁ ତାଙ୍କ ଫି ବଢାଇବାକୁ କହିଛନ୍ତି ଏବଂ ସେମାନେ ମଧ୍ୟ ରାଜି ହୋଇଛନ୍ତି କାରଣ ସେହି ଫି ଫିଲ୍ମ ବଜେଟରେ ଖାପ ଖାଉଛି।

ଖବର ଅନୁଯାୟୀ, ଆନିମଲରେ ତାଙ୍କ ଭୂମିକା ପାଇଁ ତୃପ୍ତି ୪୦ ଲକ୍ଷ ଟଙ୍କା ପାଇଥିଲେ। ବର୍ତ୍ତମାନ ତାଙ୍କର ଫଲୋର୍ସ ବୃଦ୍ଧି ପାଇଥିବାରୁ ସେ ନିଜ ପେମେଣ୍ଟକୁ ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ, ଫି ବୃଦ୍ଧି ପରେ ମଧ୍ୟ କାର୍ତ୍ତିକ ଆର୍ଯ୍ୟନ୍ ଠାରୁ ତୃପ୍ତିଙ୍କ ଫି ବହୁତ କମ୍ ଅଟେ। ସେ କାର୍ତ୍ତିକଙ୍କ ଫିସର ମାତ୍ର ୨୦ ପ୍ରତିଶତ ଚାର୍ଜ କରୁଛନ୍ତି। ଖବର ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନ ଏହି ଫିଲ୍ମ ପାଇଁ ୪୫-୫୦ କୋଟି ଟଙ୍କା ଆଦାୟ କରୁଛନ୍ତି।

Get real time updates directly on you device, subscribe now.