fbpx

BIG BREAKING…ଆସନ୍ତାକାଲି ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବ । କାଲି ଅପରାହ୍ନ ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀ । ଭାରତୀୟ ନିର୍ବାଚନ କମିଶନ ଆୟୋଜନ କରିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଦୁଇ ନବନିଯୁକ୍ତ ନିର୍ବାଚନ କମିଶନର ସାମିଲ ହେବେ । ଏହି ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ହେବ । ଏହା ସହିତ ଦୁଇ ନୂତନ ନିର୍ବାଚନ କମିଶନରଙ୍କୁ ନିର୍ବାଚନ ପ୍ରକ୍ରିୟା ଓ ପ୍ରସ୍ତୁତି ବିଷୟରେ ତଥ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.