fbpx

PM Kisaan ଯୋଜନା ହିତାଧିକାରୀଙ୍କୁ ମିଳିବ ବଡ଼ ଉପହାର: ନୂଆ ଯୋଜନାରେ ଆର୍ଥିକ ଲାଭ ପାଇବେ କୃଷକ

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ ୨ କୋଟି କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷର ଏଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି । ଏହାଦ୍ୱାରା କୃଷକମାନଙ୍କୁ ଆର୍ଥିକ ଫାଇଦା ମିଳିପାରିବ । ଏହାସହିତ ଆବଶ୍ୟକ ହେଲେ କୃଷକଙ୍କୁ ସାହୁକାରଙ୍କ ପାଖରୁ ଋଣ ନେବାର ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ । ଘରେ ବସି ଏହି ଯୋଜନାର ଲାଭ ଉଠାଇପାରିବେ ହିତାଧିକାରୀ ।

ବର୍ତ୍ତମାନ ଦେଶର ପ୍ରାୟ ୯ କୋଟିରୁ ଅଧିକ କୃଷକ ପିଏମ କିସାନ ଯୋଜନା ଅଧୀନରେ ଆର୍ଥିକ ଲାଭ ପାଇ ପାରୁଛନ୍ତି । ତେବେ ଏହି କୃଷକମାନଙ୍କୁ ଏବେ କିସାନ କ୍ରେଡିଟ କାର୍ଡ ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ କୋଟି କୃଷକ କ୍ରେଡିଟ କାର୍ଡ ପ୍ରସ୍ତୁତ କରି ସାରିଛନ୍ତି । ଏହି କୃଷକମାନଙ୍କୁ ୨୦୨୩-୨୪ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାର ଲୋନ୍ ଦିଆଯାଇଛି । ମନ୍ତ୍ରାଳୟ ଅନୁସାରେ, ଏହି ୮ କୋଟି କୃଷକଙ୍କ ମଧ୍ୟରୁ ପ୍ରାୟ ୧ କୋଟି ପଶୁପାଳକ କିମ୍ବା ଭୂମିହୀନ କୃଷକ ରହିଛନ୍ତି । ଏମାନଙ୍କୁ ୫.୯୦ କୋଟି ଋଣ ପ୍ରଦାନ କରାଯାଇଛି । ପିଏମ ସମ୍ମାନ ନିଧିର ୯ କୋଟି ହିତାଧିକାରୀଙ୍କ ମଧ୍ୟରୁ ମୋଟ ୭ କୋଟି କୃଷକଙ୍କ କ୍ରେଡିଟ କାର୍ଡ ପ୍ରସ୍ତୁତ ହୋଇସାରିଛି । ତେଣୁ ଏବେ ଆଉ ବାକି ୨ କୋଟି କୃଷକଙ୍କର ପ୍ରସ୍ତୁତ କରାଯିବ ।

ଏହି କୃଷକମାନଙ୍କ ଘରକୁ ଘର ଯାଇ କାର୍ଡ ପ୍ରସ୍ତୁତ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହିତ ଯଦି କେହି କାର୍ଡ କରିବାକୁ ମନା କରୁଛନ୍ତି ଏହାର କାରଣ ମଧ୍ୟ ବୁଝି ରଖିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ । କିସାନ କ୍ରେଡିଟ୍ କାର୍ଡ ତିଆରି କରିବା ପରେ ଜଣେ କୃଷକ ବିନା ଗ୍ୟାରେଣ୍ଟିରେ ୧.୬୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ନେଇପାରିବେ । ୭ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଉପଲବ୍ଧ ରହିଛି । ଯଦି ଠିକ୍ ସମୟରେ ଋଣ ପରିଶୋଧ ହୁଏ, ତେବେ କୃଷକଙ୍କୁ ୩ ପ୍ରତିଶତ ପର୍ୟ୍ୟନ୍ତ ରିହାତି ମଧ୍ୟ ମିଳିପାରିବ । ଏଥିରେ ସମସ୍ତ ପ୍ରକାରର ଖର୍ଚ୍ଚ ଅନ୍ତର୍ଭୁକ୍ତ କରିବା ପରେ ୧୨.୫ ପ୍ରତିଶତ ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡିବ ।

Get real time updates directly on you device, subscribe now.