fbpx

WPL 2024 final: ଆଜି ସନ୍ଧ୍ୟା ୭ରେ ମୁହାଁମୁହିଁ ହେବେ ଦିଲ୍ଲୀ-ବେଙ୍ଗାଲୁର

WPL 2024 final: ସୁପର ସଣ୍ତେରେ ହେବ ମହା ମୁକାବିଲା । ଆଜି ମହିଳା ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମ ଥର ଦୁଇ ଟିମ୍ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ସୂଚନା ଥାଉକି, ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭ଟାରେ ଟସ୍ ପଡିବ ଏବଂ ୭.୩୦ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପୋର୍ଟ୍ସ ୧୮ ଏବଂ ଜିଓ ସିନେମାରେ ସିଧାପ୍ରସାରଣ ଦେଖିପାରିବେ। ତେବେ ‘ଦିଲ୍ଲୀ କ୍ୟାପିଟାଲ୍ସ’ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅପରପକ୍ଷେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର’ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି । ମେଗ୍ ଲ୍ୟାନିଂଙ୍କ (Meg Lanning) ନେତୃତ୍ୱଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ତିଆନ୍ସଠାରୁ ପରାସ୍ତ ହୋଇଥିଲା । ଏଥର ଦଳ ଲିଗ୍ ରେ ଚତ୍ମକାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି। ତେବେ ଦଳର ବୋଲିଂ ଲାଇନ୍ ସହ ବ୍ୟାଟିଂ ଲାଇନ୍ ମଧ୍ୟ ଭଲ ରହିଛି। ଏ ଦୃଷ୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସ ଆରସିବି ପାଇଁ ଭାରି ପଡିପାରେ ବୋଲି କୁହାଯାଉଛି।

ସେପଟେ ଶୁକ୍ରବାର ଏଲିମିନେଟର ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ହରାଇ ପ୍ରଥମ କରି ଫାଇନାଲ୍ ଖେଳିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)। ଲିଗ୍ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ଥିବା ଆରସିବି ସୀମିତ ସ୍କୋର ମଧ୍ୟରେ ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାରୁ ଟିମ୍ ପ୍ଲେୟରଙ୍କ ମନୋବଳ ଦୃଢ ରହିଛି। ଦଳର କ୍ୟାପ୍ଟେନ ସ୍ମୃତି ମନ୍ଧନା ଏବଂ ଅଲରାଉଣ୍ଡର ଏଲିସ ପେରୀଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ତଥାପି ଟାଇଟଲ୍ ହାତେଇବାକୁ ହେଲେ ଦଳ ଉଭୟ ବୋଲର୍ ଓ ବ୍ୟାଟରଙ୍କଠୁ ଉଲ୍ଲେଖନୀୟ ଅବଦାନ ଆଶା ରଖିଛି। ଯଦି ବ୍ୟାଟରଙ୍କ ସହ ରେଣୁକା ସିଂହ, ଶ୍ରେୟଙ୍କା ପାଟିଲ ଏବଂ ଜର୍ଜିଆ ୱାରେହାମଙ୍କ ବୋଲିଂ କାମ କରେ ତେବେ ଦଳ ଟାଇଟଲ୍ ହାସଲ କରିପାରିବ।

Get real time updates directly on you device, subscribe now.