fbpx
BJD
BJD SKY
BJD SKY

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଦ୍ଧବଙ୍କୁ ବଡ଼ ଝଟକା: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ବରିଷ୍ଠ ଆଦିବାସୀ ନେତା

BJD

ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବା ନେଇ ଗତକାଲି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ତେଣୁ ନିର୍ବାଚନ ପାଇଁ ଆଉ କମ୍ ସମୟ ଥିବାରୁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ ମହାରାଷ୍ଟ୍ର ରାଜନୀତିରୁ ଆସିଛି ଏକ ବଡ଼ ଖବର । ପୁଣି ଜଣେ ନେତା ଉଦ୍ଧବ ଠାକେରଙ୍କ ହାତ ଛାଡ଼ି ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହାଫଳରେ ଉଦ୍ଧବଙ୍କୁ ପୁଣି ଲାଗିଛି ଏକ ବଡ଼ ଝଟକା ।

ନନ୍ଦୁରବାର ଜିଲ୍ଲାର ଜଣେ ଆଦିବାସୀ ଚେହେରା ଭାବେ ପରିଚିତ ଥିବା ମହାରାଷ୍ଟ୍ର ବିଧାନ ପରିଷଦ (ଏମଏଲସି) ସଦସ୍ୟ ଆମଶ୍ୟା ପାଡବୀ ଉଦ୍ଧବଙ୍କ ଗୋଷ୍ଠୀ ଛାଡ଼ି ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଆମଶ୍ୟା ଦୀର୍ଘବର୍ଷ ଧରି ଶିବସେନାରେ କାର୍ଯ୍ୟ କରିଥିଲେ । ଦଳରେ ଯୋଗଦେବା ଅବସରରେ ଆମଶ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସ୍ୱାଗତ କରିଥିଲେ । ଆମଶ୍ୟା ଗତ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଲଢ଼େଇ କରିଥିଲେ ହେଁ ପରାଜିତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଏକସପ୍ତାହ ପୂର୍ବରୁ ବିଧାୟକ ରବିନ୍ଦ୍ର ବାୟକର ଉଦ୍ଧବଙ୍କ ଗୋଷ୍ଠୀ ଛାଡ଼ି ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.