fbpx

ପୁଣି ଥରେ ଆରଏସଏସର ସରକାର୍ଯ୍ୟସଞ୍ଚାଳକ ହେଲେ ଦତ୍ତାତ୍ରେୟ ହୋସବଲେ, ଏତିକି ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସେବା ରବିବାର ଦତ୍ତାତ୍ରେୟ ହୋସବଲେଙ୍କୁ ପୁଣି ଥରେ ସରକାର୍ଯ୍ୟସଞ୍ଚାଳକ ଭାବରେ ନିର୍ବାଚିତ କରିଛନ୍ତି । ଆରଏସଏସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି କି ହୋସବଲେ ୨୦୨୧ରୁ ସରକାର୍ଯ୍ୟସଞ୍ଚାଳକ ଅଛନ୍ତି ଓ ତାଙ୍କୁ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ପୁନଃ ଏହି ପଦବୀ ଲାଗି ନିର୍ବାଚିତ କରାଗଲା ।

ଆରଏସଏସର ୩ ଦିବସୀୟ ଅଖିଳ ଭାରତୀୟ ପ୍ରତିନିଧି ସଭା ରେସିମବାଗସ୍ଥିତ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଛି । ୬ ବର୍ଷ ପରେ ନାଗପୁରର ସଂଘ ମୁଖ୍ୟାଳୟରେ ଏହି ବୈଠକ ହୋଇଛି । ତେବେ ଦତ୍ତାତ୍ରେୟଙ୍କ ଜନ୍ମସ୍ଥାନ କର୍ଣ୍ଣାଟକର ଶିବମୋଗାରେ ଅଟେ । ସେ ୧୯୭୩ରେ ଆରଏସଏସ ସଂପର୍କରେ ଆସିଥିଲେ । ସେ ବାଙ୍ଗାଲୋର ୟୁନିଭରସିଟିରୁ ଇଂରାଜୀରେ ଏମ୍‌ଏ କରିଛନ୍ତି ।

ପ୍ରଥମେ ସେ ଏବିଭିପି ରାଷ୍ଟ୍ରୀୟ ସଂଗଠନର ଦାୟିତ୍ୱରେ ୨ ଦଶକ ପର୍ଯ୍ୟନ୍ତ ରହିଥିଲେ । ୨୦୦୯ରେ ସେ ସଂଘର ସହ ସରକାର୍ଯ୍ୟସଞ୍ଚାଳକ ପଦରେ ନିଯୁକ୍ତ ହୋଇଥିଲେ । ୨୦୨୧ରେ ସେ ସଂଘର ନୂଆ ସରକାର୍ଯ୍ୟସଞ୍ଚାଳକ ଭାବରେ ନିଯୁକ୍ତ ହୋଇଥିଲେ ।

Get real time updates directly on you device, subscribe now.