ମାଳଦ୍ୱୀପରେ ନିର୍ବାଚନ ଲାଗି ଭାରତର ଏହି ରାଜ୍ୟରେ ହେବ ମତଦାନ, ଏହାର କାରଣ କ’ଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମାଳଦ୍ୱୀପରେ ହେଉଥିବା ସଂସଦୀୟ ନିର୍ବାଚନ ଲାଗି ଭାରତର କେରଳରେ ବି ଭୋଟିଂ ହେବ । ଏହି ଦ୍ୱୀପ ଦେଶର ନିର୍ବାଚନ କମିଶନ ମତଦାତାଙ୍କ ଲାଗି ଥିରୁଅନନ୍ତପୁରମରେ ଭୋଟବାକ୍ସ ରଖିବେ । ଏ ବିଷୟରେ ସୂଚନା ଦେଇ ମାଳଦ୍ୱୀପର ସ୍ଥାନୀୟ ସମାଚାର ସଂସ୍ଥା କହିଛି, ମାଳଦ୍ୱୀପ ନିର୍ବାଚନ ଆୟୋଗ ଶନିବାର କହିଛନ୍ତି କି ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ଭୋଟବାକ୍ସ କେରଳ ଥିରୁଅନନ୍ତପୁରମରେ ରଖାଯିବ । ଭାରତ ବ୍ୟତିତ ଆଉ ୨ ଟି ଦେଶରେ ବି ମାଳଦ୍ୱୀପ ସଂସଦୀୟ ନିର୍ବାଚନ ଲାଗି ଭୋଟ ପଡିବ । ଏହି ଅନ୍ୟ ୨ ଦେଶ ହେଉଛନ୍ତି ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଓ ମ୍ୟାଲେସିଆ ରାଜଧାନୀ କ୍ୱାଲାଲାମ୍ପୁର ।

ମାଳଦ୍ୱୀପ ନିର୍ବାଚନ ଆୟୋଗ ମହାସଚିବ କହିଛନ୍ତି, ୩ ବିଦେଶୀ ରାଷ୍ଟ୍ରରେ ମତଦାନ ଲାଗି ପର୍ଯ୍ୟାପ୍ତ ମତଦାତା ପୁଣି ପଞ୍ଜିକରଣ କରିଛନ୍ତି । ଅନ୍ୟ ଦେଶରେ ରହୁଥିବା ନାଗରିକଙ୍କ ଲାଗି ପୁନଃ ପଞ୍ଜିକରଣ ୱିଣ୍ଡୋ ଖୋଲାଯାଇଥିଲା କିନ୍ତୁ ଏହି ୩ ଦେଶର ମତଦାତା ଭୋଟବାକ୍ସ ଲାଗି ପୁଣି ପଞ୍ଜିକରଣ କରିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ମାଳଦ୍ୱୀପରେ ସଂସଦୀୟ ନିର୍ବାଚନ ୨୧ ଏପ୍ରିଲରେ ହେବ ।