fbpx

ସାମ୍ନାକୁ ଆସିଲା ବିଶ୍ୱର ପ୍ରଥମ AI ସଫ୍ଟୱେୟାର ଇଂଜିନିୟର, ଇଣ୍ଟରଭ୍ୟୁରେ ସଫଳତାର ସହ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ:ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତାର କମାଲ ଦେଖାଇ ଚାଲିଛି । ଏଆଇ ଆସିବା ପରଠାରୁ ଲୋକଙ୍କ ମନ ମଧ୍ୟରେ ସେମାନଙ୍କ ଚାକିରୀ ଚାଲିଯିବାକୁ ନେଇ ଭୟ ସୃଷ୍ଟି ହୋଇଛି । କାରଣ ଏଆଇ ସହାୟତାରେ ମାନବ ବହୁ କାମକୁ ଶୀଘ୍ର ଓ ଅଧିକ ଭଲ ଭାବରେ କରିପାରୁଛି । ବିଶ୍ୱରେ କେଉଁଠି ଏଆଇ ଶିକ୍ଷକ ସାମ୍ନାକୁ ଆସିଲେଣି ତ ପୁଣି କେଉଁଠି ଏଆଇ ଆଙ୍କର । ଏହି କ୍ରମରେ ଏବେ ଆମେରିକାର ଷ୍ଟାର୍ଟଅପ୍ ‘ଡେଭିନ୍‌’ ନାମକ ଏଆଇ ସଫ୍ଟୱେୟାର ଇଂଜିନିୟର ପ୍ରସ୍ତୁତ କରିଛି । କମ୍ପାନୀ କହିଛି ଏହା ବିଶ୍ୱର ପ୍ରଥମ ଏଆଇ ସଫ୍ଟୱେୟାର ଇଂଜିନିୟର ଯାହା କିଛି ବି କାମକୁ ବେଶ୍ ସହଜରେ କରିପାରୁଛି । ଏହା ଆଦୌ ବିଶ୍ରାମ ନ ନେଇ କାମ କରିପାରେ । ଏହାସହିତ କଠିନ ସମସ୍ୟାର ବି ସମାଧାନ ଦିଗରେ ସହଯୋଗ କରିପାରିବ । ଡେଭିନ୍ ଇଂଜିନିୟରିଂ ଇଣ୍ଟରଭ୍ୟୁ ପାସ୍ କରିସାରିଛି । ଏକ ବଡ ପ୍ରତିଷ୍ଠିତ କମ୍ପାନୀ ଡେଭିନ୍‌ର ଇଣ୍ଟରଭ୍ୟୁ ନେଇଥିଲା ।
ତେବେ ଡେଭିନ୍‌ର ସୃଷ୍ଟିକର୍ତ୍ତା ହେଉଛି ଆମେରିକାର AI lab Cognition।

କମ୍ପାନୀ କହିଛି ଏହା ହେଉଛି ବିଶ୍ୱର ପ୍ରଥମ ଏଆଇ ସଫ୍ଟୱେୟାର ଇଂଜିନିୟର । ଏହା କୋଡିଂ, ୱେବସାଇଟ୍ ଓ କୋଡିଂ ପ୍ରୋଗ୍ରାମରର ବହୁତ କାମ କମ୍ ସମୟରେ ସହଜରେ କରିପାରୁଛି । ଏହାସହିତ ନିଜ ସାଥୀଙ୍କୁ ମଧ୍ୟ ସହଯୋଗ କରିପାରୁଛି ।

ଏହା ଏକ ସୁପରସ୍କିଲ୍ ଏଆଇ ଇଂଜିନିୟର । ତେବେ ଡେଭିନର ସୃଷ୍ଟି ପରେ ପ୍ରଶ୍ନ ଉଠୁଛି କି ଏହା କ’ଣ ମାନବର ଚାକିରୀକୁ ଖାଇଯିବ । ତେବେ ଏପରି ନୁହେଁ ଯେ, ଏହା ଟିମ୍ ସହ ମିଶି କାମ କରିବ ଓ ମାନବ ଇଂଜିନିୟରଙ୍କ ସହଯୋଗ କରିବ । ଆବଶ୍ୟକତା ପଡିଲେ ଏହା ପୁରା ପ୍ରୋଗ୍ରାମର କାମ ଏକାକୀ ବି କରିଦେଇପାରେ । ଏହି ଡେଭିନ୍ ନାମକ ଏଆଇ ସଫ୍ଟୱେୟାର ବହୁ ଆଡଭାନ୍ସ ଫିଚର ସହ ଆସୁଛି ଓ ବହୁ ଜଟିଳ ଟ୍ୟାକ୍ସ ସମାଧାନ ବି କରିପାରୁଛି । ଏହା ମଧ୍ୟ ଲଗାତର ନୂଆ ନୂଆ ଟେକନିକ୍ ଶିଖିଥାଏ ଓ ନିଜ ପରଫର୍ମାନ୍ସରେ ଉନ୍ନତି କରି ଚାଲିଥାଏ ।

Get real time updates directly on you device, subscribe now.