fbpx
BJD SKY
BJD SKY

BIG BREAKING: ଚାଳଘର ସହ ବଜ୍ରାଘାତରେ ଜଳିଗଲେ ଯୁବକ

BJD

ଓଡ଼ିଶା ଭାସ୍କର: ବଜ୍ରାଘାତରେ ଜଳିଗଲେ ଯୁବକ। ଚାଳଘର ସହ ଯୁବକ ଜଣଙ୍କ ଜୀବନ୍ତ ଦଗ୍ଧ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଜଣକ ହେଉଛନ୍ତି ଭୋଗରାଇର ଟୁକୁରି ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ପରମାଣିକ। ରଞ୍ଜନ ଆଜି ସକାଳେ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ହେବାରୁ ସେ ନିକଟସ୍ଥ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଆଉ ସେହି ସମୟରେ ହଠାତ୍‌ ବଜ୍ରପାତ ମାରିଥିଲା। ଫଳରେ ରଞ୍ଜନ ଘର ସହ ଜୀଅନ୍ତା ଜଳି ଯାଇଥିଲେ। ଅନ୍ୟପଟେ ଭୋଗରାଇ ଅଞ୍ଚଳରେ ଆଉ ଜଣେ ମହିଳା ମଧ୍ୟ ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୋବାଇଲ ବ୍ୟବହାର କରୁଥିବା ବେଳେ ଉକ୍ତ ମହିଳା ଜଣଙ୍କ ବଜ୍ରାଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳାଜଣକ ହେଲେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ ।

ସୂଚନା ଥାଉକି, ସକାଳେ ସୃଷ୍ଟି ହୋଇଥିଲା ରାତିର ଭ୍ରମ। ହଠାତ ଆଜି ସକାଳୁ ସକାଳୁ ବାଲେଶ୍ଵରରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଆଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି, ପବନ ସହ ପ୍ରବଳ ବର୍ଷା ହୋଇଥିଲା। ଯାହା ପ୍ରଭାବରେ ଅନେକ ଧନ,ଜୀବନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଏଠାରେ କହି ରଖୁ ଯେ, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ଜନିତ ବର୍ଷା ଲାଗି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାଫଳରେ ତାପମାତ୍ରାରେ ମଧ୍ୟ ସାମାନ୍ୟ ହ୍ରାସ ପରିବର୍ତ୍ତିତ ହେବ। ତେବେ ୧୯ ଏବଂ ୨୦ ତାରିଖରେ ଏଥିରେ ବଡ ପ୍ରଭାବ ପଡିପାରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଅର୍ଥାତ ସୋମବାର ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଆଦି ୮ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷେ ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Get real time updates directly on you device, subscribe now.