fbpx

ଭିଟାମିନ୍‌-D supplement ନେଉଛନ୍ତି କି ? ହାଡ଼ ଦୁର୍ବଳ କରିଥାଏ ଅଧିକ ଭିଟାମିନ୍‌-D ସେବନ

ଓଡ଼ିଶା ଭାସ୍କର: ଶରୀରକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଏବଂ ସନ୍ତୁଳିତ ଆହାର ଆବଶ୍ୟକ ହୋଇଥାଏ । ଏହା ଶରୀରକୁ ବିଭିନ୍ନ ପୋଷକ ତତ୍ୱ ପ୍ରଦାନ କରିଥାଏ । ଏହା ଆମ ମାନସିକ ଏବଂ ଶାରୀରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଶରୀରରେ ରୋଗ ପ୍ରତିରୋଧକ  କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିମଧ୍ୟରୁ ଭିଟାମିନ୍‌-D ଅନ୍ୟତମ । ଭିଟାମିନ୍‌-D ଆମ ହାଡ଼, ଦାନ୍ତ ଏବଂ ମାଂସପେଶୀର ବିକାଶ ପାଇଁ ଲାଭଦାୟକ ଅଟେ । କୌଣସି ପୋଷକ ତତ୍ୱର ଅଭାବ ର୍ଶରୀରକୁ ଦୁର୍ବଳ କରିଥାଏ । ଠିକ୍ ସେହିପରି ଅତ୍ୟାଧିକ ମାତ୍ରାରେ କୌଣସି ଖାଦ୍ୟପେୟ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଶରୀରରେ ଭିଟାମିନ୍‌-Dର ମାତ୍ରା ଅଧିକ ହେଲେ ଏହାକୁ Hypervitaminosis D କୁହାଯାଏ । ଅଧିକାଂଶ ଲୋକମାନେ ଆବଶ୍ୟକତା ନଥିଲେ ମଧ୍ୟ ଭିଟାମିନ୍‌-D supplement ର ସେବନ କରିଥାନ୍ତି ।

ଅଣ୍ଡା, ମାଛ, ମାଂସ, କ୍ଷୀର, ଭିଟାମିନ୍‌-D supplement ଏବଂ ସୂର୍ଯ୍ୟ କିରଣ ଭିଟାମିନ୍‌-D ର ଉତ୍ତମ ଉତ୍ସ ଭାବେ ଜଣାଶୁଣା । ଡାକ୍ତରଙ୍କ ଅନୁଯାୟୀ ସାଧାରଣତଃ ୧ ବର୍ଷର ଶିଶୁ ଠାରୁ ଆରମ୍ଭ କରି ୭୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଦୈନିକ 20ng/mL କିମ୍ବା ଏହା ଠାରୁ ଅଧିକ ଭିଟାମିନ୍‌-Dର ସେବନ କରିବା ଉଚିତ । ଏହା ନର୍ମାଲ ଅଟେ । 12ng/mLରୁ କମ୍ ସେବନ କରିବା ଦ୍ୱାରା ଶରୀରରେ ଭିଟାମିନ୍‌-ଊର ଅଭାବ ଦେଖାଯାଇଥାଏ । ସେହିପରି 125ng/mLରୁ ଅଧିକା ଭିଟାମିନ୍‌-Dର ସେବନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଅତ୍ୟାଧିକ ମାତ୍ରାରେ ଭିଟାମିନ୍‌-D ସେବନ କରିବା ଦ୍ୱାରା ଶରୀରକୁ କିପରି କ୍ଷତି ହୋଇଥାଏ ।

– ଅଧିକ ମାତ୍ରାରେ ଭିଟାମିନ୍‌-D ର ସେବନ କରିବା ଦ୍ୱାରା ଶରୀରରେ କ୍ୟାଲସିୟମ ଏବଂ ଫସଫରସର ମାତ୍ରା ବୃଦ୍ଧି ପାଇଥାଏ । ଏହା ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ । ଫଳରେ ଭୋକ ଲାଗିନଥାଏ ।

– ରକ୍ତରେ କ୍ୟାଲସିୟମର ସ୍ତର ବୃଦ୍ଧି ପାଇଥାଏ । ଫଳରେ ଶରୀର ଟିସ୍ୟୁକୁ କ୍ଷତି ପହଞ୍ଚାଇବା ସହ ଅସ୍ଥି ବିକାଶ ପାଇଁ ଆବଶ୍ୟକୀୟ ହରମୋନ୍ସରେ ବାଧା ସୃଷ୍ଟି କରିଥାଏ । ତେଣୁ ହାଡ଼ ଶକ୍ତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଥାଏ ।

– ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା ଇତ୍ୟାଦି ଭଳି ସମସ୍ୟା ଦେଖାଦେଇଥାଏ ।

– କିଡନୀ ଷ୍ଟୋନ୍‌, କିଡନୀ ଫେଲ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

– ରକ୍ତ ସ୍ତର ବୃଦ୍ଧି ହୋଇଥାଏ ।

– ଭିଟାମିନ୍ ଭିଟାମିନ୍‌-ଊର ଅଭାବରେ କେଶ ଝଡ଼ି ଥାଏ । ସେହିପରି ଭିଟାମିନ୍‌-ଊର ଅତ୍ୟାଧିକ ସେବନ ଦ୍ୱାରା କେଶ ଫାଟିଥାଏ ।

 

Get real time updates directly on you device, subscribe now.