fbpx

ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲା: ଇଡ଼ି ସମନକୁ ଏଡ଼ାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡି ପକ୍ଷରୁ ଜାରି କରିଥିବା ସମନକୁ କେଜ୍ରିୱାଲ୍‌ ଏଡ଼ାଇ ଯିବେ ବୋଲି ଆମ୍ ଆଦମି ପାର୍ଟି (ଆପ୍‌) ସୋମବାର ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ଦେଇଛି। ତେବେ ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖାନ କରିଛି ଆମ୍ ଆଦମି ପାର୍ଟି।

ସୂଚନା ଥାଉକି, ଗତ ୧୭ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଥିଲା। ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଥିଲା । ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହଜାର ହେବାକୁ ନୋଟିସ୍ ପଠାଯାଥିଲା। ସେହିଭଳି ଜଳ ବୋର୍ଡ ମାମଲାରେ ୧୮ ତାରିଖ ଅର୍ଥାତ ଆଜି ଇଡ଼ିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ ମିଳିଥିଲା। କିନ୍ତୁ ପୂର୍ବପରି ଆଜି ବି କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଏଠାରେ କହି ରଖୁ ଯେ, ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ୱାରା କେଜ୍ରିୱାଲଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଶନିବାର ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି। ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି।

 

Get real time updates directly on you device, subscribe now.