fbpx
BJD
BJD SKY
BJD SKY

ବାଜିଗଲା ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି! ନିର୍ବାଚନ ଜିତବା ମାତ୍ରକେ ପୁଟିନ ଦେଲେ ଚେତାବନୀ

ମସ୍କୋ: ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ନିର୍ବାଚନ ଜିତି ସାରିଛନ୍ତି । ନିର୍ବାଚନ ଜିତିବା ପରେ ସେ ବିଶ୍ୱର ପଶ୍ଚିମ ଦେଶକୁ ଚେତାବନୀ ଦେଇଛନ୍ତି । ସୋମବାର ପୁଟିନ ପଶ୍ଚିମ ଦେଶକୁ ଚେତାବନୀ ଦେଇଛନ୍ତି କି ରୁଷ ଓ ଆମେରିକା ନେତୃତ୍ୱରେ ପରିଚାଳିତ ନାଟୋ ସେନା ମେଣ୍ଟ ମଧ୍ୟରେ ସିଧା ସଂଘର୍ଷର ଅର୍ଥ ଏହା ହେବ କି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଠାରୁ ମାତ୍ର ଏକ ପାଦ ଦୂରରେ ରହିଛି ।

ନ୍ୟୁଜ୍ ଏଜେନ୍ସୀ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ୟୁକ୍ରେନ ଯୁଦ୍ଧ ୧୯୬୨ରେ କ୍ୟୁବା ମିସାଇଲ୍ ସଂକଟ ପରଠାରୁ ପଶ୍ଚିମ ଦେଶ ସହ ମସ୍କୋର ସମ୍ବନ୍ଧରେ ସବୁଠାରୁ ବଡ ସଂକଟ ସୃଷ୍ଟି କରିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗତ ମାସରେ କହିଥିଲେ କି ଭବିଷ୍ୟତରେ ତାଙ୍କ ଦେଶ ୟୁକ୍ରେନରେ ସ୍ଥଳସେନା ନିୟୋଜନକୁ ମନା କରିପାରିବ ନାହିଁ । ବହୁ ପଶ୍ଚିମ ଦେଶ ରୁଷ-ୟୁକ୍ରେନ ଯୁଦ୍ଧରେ ନିଜକୁ ଦୂରେଇ ରଖିଥିବା ବେଳେ ପୂର୍ବ ୟୁରୋପ ଦେଶ ୟୁକ୍ରେନକୁ ସମର୍ଥନ ଜାରି ରଖିଛି ।
ପୁଟିନ ପ୍ରାୟ ସମୟରେ ପରମାଣୁ ଯୁଦ୍ଧ ବିଷୟରେ ଚେତାବନୀ ଦେଇଆସିଛନ୍ତି । କିନ୍ତୁ ସେ କହିଛନ୍ତି, ତାଙ୍କୁ କେବେ ବି ୟୁକ୍ରେନରେ ପରମାଣୁ ଅସ୍ତ୍ର ବ୍ୟବହାରର ଆବଶ୍ୟକ ପଡିନାହିଁ ।

Get real time updates directly on you device, subscribe now.