fbpx
BJD SKY
BJD SKY

ଏସବିଆଇ ବ୍ୟାଙ୍କର ସ୍ୱତନ୍ତ୍ର ଅମୃତ କଳସ ଯୋଜନା, ୪୦୦ ଦିନର ଏଫଡି ଉପରେ ମିଳିବ ୭.୬% ସୁଧ

BJD

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସ୍ୱତନ୍ତ୍ର ଏଫଡି ଯୋଜନା ‘ଅମୃତ କଳସ’ରେ ନିବେଶ କରିବାକୁ ୧୫ ଦିନରୁ କମ୍ ସମୟ ବାକି ଅଛି । ଆପଣ ଏସବିଆଇ ବ୍ୟାଙ୍କର ଅମୃତ କଳସ ଯୋଜନାରେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ନିବେଶ କରିପାରିବେ ।

ଏସବିଆଇର ‘ଅମୃତ କଳସ’ ଯୋଜନା ବିଷୟରେ ବିଶେଷ କଥା ହେଉଛି ଏହା ୪୦୦ ଦିନ ପାଇଁ ଏଫଡି ଉପରେ ୭.୬ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏସବିଆଇ ଯୋଜନା ଅଧୀନରେ ଗ୍ରାହକମାନଙ୍କୁ କମ୍ ସମୟ ମଧ୍ୟରେ ଅଧିକ ସୁଧ ମିଳୁଛି ।

ଏସବିଆଇ ଅମୃତ କଳସ ଯୋଜନା :-

ଏସବିଆଇ ଅନୁଯାୟୀ ବ୍ୟାଙ୍କର ଅମୃତ କଳସ ସ୍ପେଶାଲ ଏଫଡି ଯୋଜନାରେ ନିବେଶ କରୁଥିବା ସାଧାରଣ ନାଗରିକମାନେ ୭.୧୦% ସୁଧ ହାର ପାଇବେ । ଏଥି ସହିତ ବରିଷ୍ଠ ନାଗରିକମାନଙ୍କୁ ୭.୬୦% ସୁଧ ହାର ଦିଆଯିବ । ଏହି ଯୋଜନାରେ ନିବେଶ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି । ଏହି ଅବଧି ମଧ୍ୟରେ ଯେକେହି ଏହି ସ୍କିମ୍ ଅନ୍ଲାଇନ୍ କିମ୍ବା ଅଫଲାଇନ୍ ବୁକ୍ କରିପାରିବେ । ପ୍ରତିବଦଳରେ ଅମୃତ କଳସ ନିବେଶକମାନଙ୍କୁ ବ୍ୟାଙ୍କ ଲୋନ୍ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଆପଣ ଅମୃତ କଳସ ଯୋଜନା ଅଧୀନରେ ଲୋନ୍ ପାଇଁ ଆବେଦନ କରିପାରିବେ ।

ଏଫଡି ଯୋଜନା ୪୦୦ ଦିନ ପାଇଁ :-

ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଅମୃତ କଳସ ସ୍ପେଶାଲ ସ୍କିମରେ କେହି ବି ୪୦୦ ଦିନର ପିରିୟଡ ସହିତ ନିବେଶ କରିପାରିବେ ଏବଂ ନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ଏସବିଆଇ ବ୍ୟାଙ୍କ ଅନୁଯାୟୀ, ଅମୃତ କଳସ ଏଫଡିର ନିବେଶକମାନେ ମାସିକ, ତ୍ରୈ ମାସିକ ଏବଂ ଅଧା ବାର୍ଷିକ ସୁଧ ଦେୟ ନେଇପାରିବେ । ଏସବିଆଇ ଅମୃତ କଳସର ମ୍ୟାଚୁରିଟୀ ଉପରେ ଡଟିଡିଏସ କାଟିବା ପରେ ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଯୋଡା ଯାଇଥାଏ । ଏସବିଆଇ ୱେବସାଇଟ ଅନୁଯାୟୀ, ଯଦି ଅମୃତ କଳସ ଏଫଡିରେ ଜମା ହୋଇଥିବା ଟଙ୍କା ୪୦୦ ଦିନ ପୂର୍ବରୁ ପ୍ରତ୍ୟାହାର କରାଯାଏ, ତେବେ ବ୍ୟାଙ୍କ ଲାଗୁ ହାରଠାରୁ ୦.୫୦% ରୁ ୧% ସୁଧ ହାରକୁ ଜୋରିମାନା ଭାବରେ କମ୍ କରିପାରେ ।

Get real time updates directly on you device, subscribe now.