fbpx

CSK-RCB ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ, ସବୁଠୁ ଶସ୍ତା ଟିକେଟର ମୂଲ୍ୟ କେତେ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଯାହାକୁ ନେଇ ଆରମ୍ଭ ହୋଇଛି ଟିକେଟ୍‌ ବୁକିଂ। ତେବେ ଚଳିତ ଆଇପିଏଲକୁ ନେଇ କ୍ରୀଡାପ୍ରେମୀମାନେ ବେଶ ଉତ୍ସାହିତ ରହିଥିବା ବେଳେ ସିଜିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଚେନ୍ନାଇର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ତେବେ ସିଏସ୍‌କେ ଏବଂ ଆରସିବ ମ୍ୟାଚ ପାଇଁ ଆପଣ ମଧ୍ୟ ଅନଲାଇନରେ ଟିକେଟ୍‌ କିଣିପାରିବେ। ଏଥିପାଇଁ ଆପଣ ପେଟିଏମ ଇନସାଇଡର୍‌ ପରିଦର୍ଶନ କରିପାରନ୍ତି କିମ୍ବା ବୁକ୍‌ ମାଇଁ ଶୋ’ରୁ କରିପାରିବେ। ପେଟିଏମ ଇନସାଇଡର୍‌ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟିରୁ ଅଧିକ ଟିକେଟ କିଣି ପାରିବେନାହିଁ।

ସୂଚନା ଥାଉକି, ଉଦ୍‌ଘାଟନୀ ସମାରୋହରେ ସିଏସ୍‌କେ ଏବଂ ଆରସିବି ମ୍ୟାଚ ପାଇଁ ସବୁଠାରୁ ଶସ୍ତା ଟିକେଟ ୧୭୦୦ ଟଙ୍କା ରହିଛି। କିନ୍ତୁ ଏହାକୁ କିଣିବା ପାଇଁ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିପାରେ। କାରଣ ଅଫଲାଇନ ଅପେକ୍ଷା ଅନଲାଇନରେ ଟିକେଟ କିଣୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ତେବେ ସି ଲୋୟର, ଡି ଲୋୟର ଏବଂ ଇ ଲୋୟର ବିଭାଗ ଟିକେଟ ପାଇଁ ସର୍ବନିମ୍ନ ୧୭୦୦ଟଙ୍କା ଟିକେଟ୍‌ ମୂଲ୍ୟ ରହିବ। ଏହି ତିନୋଟି ବିଭାଗ ପାଇଁ ୧୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ହେବ। କେଉଁ ଟିକେଟ୍‌ ପାଇବ ତାହା ମୂଲ୍ୟ ଉପରେ ନିର୍ଭର କରିବ।

ଅପରପକ୍ଷେ ଟିକେଟର ଦ୍ୱିତୀୟ ପ୍ରାଇସ୍‌ ରେଞ୍ଜ ସି, ଡି , ଇ ଏବଂ ଆଇ, ଜେ, କେ ବିଭାଗଗୁଡିକର ଅଟେ। ଯାହାର ମୂଲ୍ୟ ୪୦୦୦ରୁ ୭୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ଛଡା ଭିଭିଆଇ ଟିକେଟ୍‌ ମଧ୍ୟ ଅଛି କିନ୍ତୁ ସେଗୁଡ଼ିକ ଆଉ ଉପଲବ୍ଧ ନାହିଁ ।

Get real time updates directly on you device, subscribe now.