fbpx

୩୦ ବର୍ଷ ପରେ ଚୈତ୍ର ନବରାତ୍ରରେ ଘଟିବ ଏହି ଦୂର୍ଲଭ ସଂଯୋଗ, ଏହି ରାଶି ହେବେ ଲାଭବାନ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଚୈତ୍ର ନବରାତ୍ରୀ ବହୁତ ଖାସ୍ ହୋଇଥାଏ । ଏହାସହିତ ଚୈତ୍ର ନବରାତ୍ରୀ ସହିତ ପ୍ରତିବର୍ଷ ହିନ୍ଦୁ ନବବର୍ଷର ବି ଶୁଭାରମ୍ଭ ହୋଇଥାଏ ।
ଚଳିତ ବର୍ଷ ଚୈତ୍ର ନବରାତ୍ରୀ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଓ ୧୭ ଏପ୍ରିଲରେ ରାମନବମୀରେ ଏହା ସମାପନ ହେବାକୁ ଯାଉଛି । ଚୈତ୍ର ନବରାତ୍ରୀର ୯ ଦିନ ମାତା ଦୁର୍ଗାଙ୍କ ୯ ରୂପର ଉପାସନା କରାଯାଏ । ଚଳିତ ଥର ଚୈତ୍ର ନବରାତ୍ରୀ ବହୁତ ଖାସ୍ ରହିଛି ।

ଚଳିତ ବର୍ଷ ମା’ ଦୁର୍ଗା ଘୋଡାରେ ବସି ଧରାକୁ ଆସିବେ । ଏହାସହିତ ଏହି ସମୟରେ ବହୁତ ଦୁର୍ଲଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଚଳିତ ବର୍ଷ ଚୈତ୍ର ନବରାତ୍ରୀରେ ଅମୃତସିଦ୍ଧି ଯୋଗ, ସର୍ବାର୍ଥସିଦ୍ଧି ଯୋଗ ଓ ଶଶ ଯୋଗର ନିର୍ମାଣ ହେବାକୁ ଯାଉଛି । ଏହି ଦୁଇ ଯୋଗ ଚୈତ୍ର ନବରାତ୍ରୀରେ ୩୦ ବର୍ଷ ପରେ ନିର୍ମାଣ ହେଉଛି । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭଲ ଦିନ ଆରମ୍ଭ ହେବାକୁ ଯାଉଛି ।
ମେଷ:ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ମା’ ଦୁର୍ଗାଙ୍କ କୃପାରୁ ଧନଲାଭ ହେବ । ନୂଆ କାର୍ଯ୍ୟର ଆରମ୍ଭ କରିବେ । ଚାକିରୀରେ ସଫଳତା ମିଳିବ ।
ବୃଷ: ଏହି ରାଶିର ଲୋକଙ୍କୁ ଶୁଭ ସଂଯୋଗରୁ ବେଶ୍ ଲାଭ ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ଓ ଧନ ସଂପତ୍ତି ବୃଦ୍ଧି ହେବ । ସଫଳତା ରାସ୍ତାରେ ଆସୁଥିବା ବାଧା ଦୂର ହେବ ।
କର୍କଟ:ଏହି ଶୁଭ ସଂଯୋଗ କର୍କଟ ରାଶିର ଲୋକଙ୍କୁ ବି ବେଶ୍ ଖୁସି ଓ ଧନ ଦୌଲତ ଆଣିଦେବ । ବିଦେଶରେ ଚାକିରୀ ମିଳିବାର ରାସ୍ତା ବି ସହଜ ହୋଇଯିବ । ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ।

Get real time updates directly on you device, subscribe now.