ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୭ ତାରିଖରେ ଦଳ ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ଅଷ୍ଟମ ପର୍ଯ୍ୟାୟ ଲିଷ୍ଟ ଜାରି କରିଛି ।
ଆଜି ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଓଡ଼ିଶାର ୩ଟି, ପଞ୍ଜାବର ୯ଟି ଓ ପଶ୍ଚିମବଙ୍ଗର ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଓଡ଼ିଶାର କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା ଲୋକସଭା ନିର୍ବାଚନ ଲଢ଼ିବେ । ସେହିପରି ପଞ୍ଜାବର ଗୁରଦାସପୁରରୁ ଦିନେଶ ସିଂହ, ଅମୃତସରରୁ ତରନଜିତ ସିଂହ ସନ୍ଧୁ ନିର୍ବାଚନ ଲଢ଼ିବେ । ପଶ୍ଚିମବଙ୍ଗର ଝାରଗ୍ରାମରୁ ଡା. ପ୍ରଣତ ଟୁଡୁ ଓ ବୀରଭୂମରୁ ଦେବାଶିଷ ଧର ନିର୍ବାଚନ ଲଢ଼ିବେ ।
भारतीय जनता पार्टी की केन्द्रीय चुनाव समिति ने आगामी लोकसभा चुनाव-2024 के लिए 8वीं सूची में निम्नलिखित नामों पर अपनी स्वीकृति प्रदान की। pic.twitter.com/TrHp1SEdnK
— BJP (@BJP4India) March 30, 2024