fbpx
BSKY SKY
BSKY SKY

ସନି ଦେଓଲଙ୍କ ଟିକେଟ କଟିଲା: ଗୁରଦାସପୁର ଆସନରୁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୭ ତାରିଖରେ ଦଳ ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ଅଷ୍ଟମ ପର୍ଯ୍ୟାୟ ଲିଷ୍ଟ ଜାରି କରିଛି । ଆଜି ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଓଡ଼ିଶାର ୩ଟି, ପଞ୍ଜାବର ୯ଟି ଓ ପଶ୍ଚିମବଙ୍ଗର ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଅଷ୍ଟମ ଲିଷ୍ଟରେ ବଲିଉଡ ଅଭିନେତା ତଥା ପଞ୍ଜାବର ଗୁରଦାସପୁରର ସାଂସଦ ସନି ଦେଓଲଙ୍କୁ ଟିକେଟ ମିଳିନାହିଁ । ଗୁରୁଦାସପୁର ଲୋକସଭା ଆସନରୁ ଏଥର ଦିନେଶ ସିଂହ ‘ବବୁ’ଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଅମୃତସରରୁ ତରଣଜୀତ ସିଂହ ସନ୍ଧୁ, ଜଳନ୍ଧରୁ ସୁଶୀଲ କୁମାର ରିଙ୍କୁ, ଲୁଧିଆନାରୁ ରବନୀତ ସିଂହ ବିଟ୍ଟୁ, ଫରୀଦକୋଟରୁ ହଂସ ରାଜ ହଂସ ଓ ପଟିଆଲାରୁ ପରନୀତ କୌରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.