fbpx
BSKY
BJD MC SKY
BJD YOUTH SKY

ଏହି ବ୍ରାଜିଲ ଅଭିନେତ୍ରୀଙ୍କ ପ୍ରେମରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ, ଡେଟ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌। ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ସେ ଡେଟ୍‌ କରୁଥିବା ଜଣାପଡିଛି। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅଭିନେତ୍ରୀଜଣଙ୍କ ହେଲେ ଲାରିସା ବୋନ୍ସି। ତାଙ୍କ ସହ ଆର୍ୟନଙ୍କର ଭିଡିଓ କ୍ଲିପ୍‌ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଦୁହେଁ ଏଯାଏ ସମ୍ପର୍କ ନେଇ ମୁହଁ ଖୋଲି ନାହାନ୍ତି। ତେବେ ଲାରିସା ବୋନ୍ସି ଏକା ସାଙ୍ଗରେ ଜଣେ ମଡେଲ୍ ଏବଂ ଡାନ୍ସର ମଧ୍ୟ । ସେ ଅକ୍ଷୟ କୁମାର ଏବଂ ଜନ୍ ଅବ୍ରହାମଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି । ଲାରିସା ଫିଲ୍ମ ଦେଶୀ ବଏଜରୁ ‘ସୁବାହ ହୋନେ ନା ଦେ’ ଜରିଆରେ ବଲିଉଡରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାସହ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କୁ ଗୁରୁ ରନ୍ଧାୱାଙ୍କ ସହ ସୁରମା-ସୁରମା ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏପରିକି ସେ ଅନେକ ସାଉଥ୍ ଫିଲ୍ମର ମଧ୍ୟ କାମ କରିସାରିଛନ୍ତି । ସୋସିଆଲ ମିଡିଆର ଜଣେ ୟୁଜର୍ସ ଦାବି କରିଛନ୍ତି ଯେ, ଆର୍ୟନ ଖାନ୍ ଲାରିସାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଫଲୋ କରିଛନ୍ତି ଏପରି ଆର୍ୟନ ମଧ୍ୟ ଲାରିସାଙ୍କ ପରିବାର ସଦସ୍ୟଙ୍କୁ ଫଲୋ କରୁଥିବା ନେଇ ଦାବି କରାଯାଉଛି ।

ତେବେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି । ସିନେ ଇଣ୍ତଷ୍ଟ୍ରିରେ ସେ ପାଦ ଦେଇନାହାଁନ୍ତି ସତ ହେଲେ ତାଙ୍କ ଉପରେ ରହିଥାଏ ସମସ୍ତଙ୍କ ନଜର । ତେବେ ଆର୍ୟନ ସିରିଜ୍ ଷ୍ଟାରଡମରୁ ନିର୍ଦ୍ଦେଶନା ଦିଗରେ ପାଦ ରଖିବା ପାଇଁ ଯାଉଛନ୍ତି । କିନ୍ତୁ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ସେ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ଅନେକ ଅଭିନେତ୍ରୀଙ୍କ ସହ ଆର୍ୟଙ୍କ ନାଁ ମଧ୍ୟ ଯୋଡା ଯାଇଥାଏ ।

Get real time updates directly on you device, subscribe now.