fbpx
BJD SKY
BJD SKY

ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

BJD

ଭୁବନେଶ୍ୱର: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ବିଜେପି ରାଜ୍ୟ ଉପସଭାପତି ଥିଲେ ଭୃଗୁ । ୨୦୧୯ରେ ବ୍ରହ୍ମପୁରରୁ ସେ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲେ । ବିଜେପି ଛାଡ଼ିବା ନେଇ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ‘୨୩ ବର୍ଷ ପର୍ଯ୍ୟନ୍ତ ଦଳ ପାଇଁ ନିଷ୍ଠାର ସହ କାମ କରିଛି । ଚଳିତ ଥର ଦଳ ପକ୍ଷରୁ ଟିକେଟ ଦିଆଯାଇନଥିଲା । କିଛି ଦିନରୁ ଦଳରେ କୌଣସି ଆବଶ୍ୟକତା ନଥିବା ଅନୁଭବ କଲି । ତେଣୁ ଏଭଳି ନିଷ୍ପତ୍ତି ନେଲି । ଲୋକଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ।’

Get real time updates directly on you device, subscribe now.