fbpx
BJD SKY
BJD SKY

ଭୂମିକମ୍ପରେ ଥରିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ଼

BJD

ତାଇପେ: ଆଜି ସକାଳୁ ସକାଳୁ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ଝଟକା ରାଜଧାନୀ ତାଇପେ ସମେତ ଅନେକ ସହରରେ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସଥିଲେ । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ଼ କରାଯାଇଛି । ଏନେଇ ତାଇୱାନ, ଓକିନାୱା, ଜାପାନ ଏବଂ ଫିଲିପିନ୍ସରେରେ ସୁନାମୀ ଚେତାବନୀ ଜାରି କରାଯାଇଛି । ତେବେ ଏହି ଭୂମିକମ୍ପରେ ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି ।

ତାଇୱାନର ରାଜଧାନୀ ତାଇପେରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେଠିକାର ସମୟ ଅନୁସାରେ ସକାଳ ୯ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଅନେକ ସହର ଭୂକମ୍ପ ଝଟକାରେ ଦୋହଲିବା ସହ କୋଠାଗୁଡ଼ିକ ଭୂଷୁଡ଼ି ପଡ଼ିଥିଲା । ବିମାନ ଉଡ଼ାଣକୁ ମଧ୍ୟ ବାତିଲ କରାଯାଇଛି । ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଇୱାନର ଅନେକ ସ୍ଥାନରେ ବିଦ୍ୟୁତ କଟି ଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଜାପାନ ମୌସୁମୀ ବିଭାଗ ଅନୁଯାୟୀ ଦେଶର ଦକ୍ଷିଣ ପଶ୍ଚିମ ତଟରେ ୩ ମିଟର ପର୍ଯ୍ୟନ୍ତ ଉଚ୍ଚା ସୁନାମୀ ଲହରୀ ମାଡ଼ି ଆସିବାର ସମ୍ଭାବନା ରହିଛି । କହିରଖୁଛୁ ୨୫ ବର୍ଷ ମଧ୍ୟରେ ତାଇୱାନରେ ଏହା ଶକ୍ତିଶାଳୀ ଭୂମିକମ୍ପ ଯାହା ବିପଜ୍ଜନକ ବର୍ଗରେ ଆସେ । ଏହି ଭୂମିକମ୍ପ ପ୍ରଭାବରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଏନେଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ।

Get real time updates directly on you device, subscribe now.