fbpx

ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ/ପୂର୍ବତନ ବିଧାୟକ ରବି ନାରାୟଣ ପାଣି

ଭୁବନେଶ୍ୱର: ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରବି ନାରାୟଣ ପାଣି ଲେକିଛନ୍ତି, ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି।

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।

Get real time updates directly on you device, subscribe now.