fbpx

(Video) ଦିଲ୍ ଚୁରାନେ ମେ ଆଗେୟା… ମୁମ୍ବାଇରେ ସାମିଲ ହେଲେ Mr 360: ଏଥର ଜିତିବ ହାର୍ଦ୍ଦିକ ସେନା!

ମୁମ୍ବାଇ: ଷ୍ଟାର ଖେଳାଳିଙ୍କୁ ନେଇ ସଜ୍ଜା ହୋଇଥିଲେ ବି ମୁମ୍ବାଇ ଚଳିତଥର ଆଇପିଏଲରେ ସଂଘର୍ଷ ଜାରି ରଖିଛି । ପ୍ରଥମ ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚି ଯାଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ମିଳିଛି ବ୍ରହ୍ମାସ୍ତ୍ର । ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହୋଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । Mr 360 କୁହାଯାଉଥିବା ସୂର୍ଯ୍ୟକୁମାରଙ୍କୁ ଦେଖି ମୁମ୍ବାଇ ଶିବିରରେ ଏକ ନୂଆ ସାହସ ଏବଂ ନୂଆ ଆଶା ସଞ୍ଚାର ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୀର୍ଘ ଦିନର ଅପେକ୍ଷା ଏବେ ଶେଷ ହୋଇଛି । ଦଳର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ସାମିଲ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ଅପଲୋଡ କରି ଏ ସମ୍ପର୍କରେ ସୂଚନା ଦେଇଛି । ଦଳ ସହ ସାମିଲ ହେବା ପାଇଁ ସୂର୍ଯ୍ୟକୁମାର ହୋଟେଲ ପହଞ୍ଚିଥିବାର ଭିଡିଓ ପୋଷ୍ଟ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିରାଶଜନକ ଆରମ୍ଭ ପରେ ଦଳ ପୁଣିଥରେ କମବ୍ୟାକ କରିବ ବୋଲି ଆଶାକୁ ବଢାଇ ଦେଇଛନ୍ତି ସୂର୍ଯ୍ୟକୁମାର । ୩ ମାସ କ୍ରିକେଟରୁ ଦୂରେଇ ରହିବା ପରେ ମଧ୍ୟ ଅଭ୍ୟାସ ମ୍ୟାଚର ପ୍ରଥମ ବଲରୁ ଚୌକା-ଛକା ମାରି ଦଳରେ ବିଜୟର ଏକ ନୂଆ କିରଣ ଦେଖାଇଛନ୍ତି । ତେବେ ସବୁଠାରୁ ଖୁସିର କଥା ହେଉଛି, ବ୍ୟାଟିଂ ସମୟରେ ସେ କୌଣସି ଯନ୍ତ୍ରଣା ଅନୁଭବ କରିନାହାନ୍ତି । ସମ୍ପୂର୍ଣ୍ଣ ଫିଟ ଥାଇ ନିଜ ଷ୍ଟାଇଲରେ ବ୍ୟାଟିଂ କରୁଥିବାର ଦେଖାଯାଇଛି ।

ମୁମ୍ବାଇ ଶିବିରରେ ସୂର୍ଯ୍ୟକୁମାରଙ୍କ ଏହି ଗ୍ରାଣ୍ଡ ଏଣ୍ଟ୍ରିରେ ହାର୍ଦ୍ଦିକ ସେନା ମଧ୍ୟରେ ଆଶାର ନୂଆ କିରଣ ଖେଳିଯାଇଛି । ୱାଙ୍ଖେଡ଼େ ଷ୍ଟାଡିୟମରେ ପ୍ରାକ୍ଟିସ କରିଥିବା ବେଳେ ଦମଦାର ଶଟ୍ ଖେଳୁଥିବାର ମଧ୍ୟ ଦେଖାଯାଇଛି । ତେବେ ଆଗାମୀ ମ୍ୟାଚରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ହିଁ ଅଧିନାୟକ ହାର୍ଦ୍ଦିକ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରିପାରନ୍ତି । ଜାନୁୟାରୀ ମାସରେ ଆହତ ହୋଇ ସ୍ପୋର୍ଟସ ହର୍ଣ୍ଣିଆ ସର୍ଜରୀ କରାଇଥିଲେ ସୂର୍ଯ୍ୟକୁମାର ଯାଦବ । ଯାହା ଫଳରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୂରେଇ ରହିଥିଲେ ।

Get real time updates directly on you device, subscribe now.