fbpx
BSKY
BJD SHG SKY
BJD YOUTH SKY

ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ତେବେ ନିକଟରେ ବିଜେଡି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଲିଷ୍ଟ ଜାରି କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣଙ୍କ ନାମ ଘୋଷଣା କରିଥିଲା । ଏହାପରେ ତୃତୀୟ ପର୍ଯ୍ୟାୟରେ ଦଳ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଟକ-ବାରବାଟୀରୁ ପ୍ରକାଶ ଚନ୍ଦ୍ର ବେହେରା, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ଜୟଦେବରୁ ନବକିଶୋର ମଲ୍ଲିକ, ବାଲେଶ୍ୱରରୁ ସ୍ୱରୂପ ଦାସ, ସାଲେପୁରରୁ ପ୍ରଶାନ୍ତ ବେହେରା, ରାଇରଙ୍ଗପୁରରୁ ରାଇସେନ ମୁର୍ମୁ, କେନ୍ଦୁଝରରୁ ମୀନା ମାଝୀ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ ନିର୍ବାଚନ ଲଢ଼ିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.