fbpx

ଚିକେନ ସହ ଏହି ଖାଦ୍ୟ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ନଚେତ ଶରୀର ପାଇଁ ଏହା କ୍ଷତି ଆଣିଦେବ

ଓଡ଼ିଶା ଭାସ୍କର: ଚିକେନ ସମସ୍ତଙ୍କର ଏକ ପ୍ରିୟ। ଖାଦ୍ୟ ଆଜିକାଲି ପ୍ରାୟ ସବୁଦିନ ସମସ୍ତେ ଚିକେନ ଖାଉଛନ୍ତି। କିନ୍ତୁ ବିଶେଷକରି ରବିବାର ଦିନ ସାଙ୍ଗସାଥିରେ ଚିକେନ ନିହାତି ହୋଇଥାଏ। ଆଉ ଏଥିରେ ଖାଲି ଚିକେନ ନୁହେଁ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ପ୍ରସ୍ତୁତ ହୋଇଥାଏ। ହେଲେ ଆପଣ ଜାଣି ରଖିବା ଦରକାର ଯେ ଏମିତି କିଛି ଜିନିଷ ରହିଛି, ଯାହା ଚିକେନ ସହ ଖାଇବା ଆଦୌ ଉଚିତ ନୁହେଁ। କାରଣ ଚିକେନ ସହ ଏହି ଜିନିଷ ଖାଇଲେ ଏହା ଶରୀର ପ୍ରତି ଖରାପ ପ୍ରଭାବ ପକାଇଥାଏ । ଏହାପାଇଁ ଶରୀରରେ ବିଭିନ୍ନ ଏଲାର୍ଜିକ୍ସ ହୋଇଥାଏ । ଏହାସହ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଚିକେନ ସହ ଖାଇବା ମନା ।

-ଚିକେନ ସହ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଚିକେନ ଏବଂ ମାଛରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହେଲେ ଦୁଇଟି ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରୋଟିନ ରହିଥାଏ । ଏହା ଶରୀର ପ୍ରତି ରିଆକ୍ସନ୍ କରିଥାଏ । ଏହାକୁ ଖାଇଲେ ଶରୀର ଅସୁସ୍ଥ ହୋଇପଡେ । ସେଥିପାଇଁ ମାଛ ସହ ଚିକେନ ଖାଇବା ଉଚିତ ନୁହେଁ ।

-କିଛି ଲୋକ ଥାଆନ୍ତି ଯିଏ କି ସବୁ ଜିନିଷ ସହ ଦହି ଖାଇବା ପାଇଁ ଭଲ ପାଆନ୍ତି । କାରଣ ଦହି ସବୁ ଜିନିଷକୁ ଅଧିକ ଟେଷ୍ଟି ବନାଇଥାଏ । କିଛି ଲୋକ ଚିକେନ ସହ ଦହି ଖାଇଥାନ୍ତି । ହେଲେ ଏହାକୁ ଖାଇବା କଥା ନୁହେଁ କାରଣ ଦହି ଥଣ୍ଡା ହୋଇଥିବା ବେଳେ, ଚିକେନ ଗରମ । ଯାହାକୁ ଖାଇଲେ ଆମର ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.