fbpx
BJD SKY
BJD SKY

୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା: କଂଗ୍ରେସ ଜାରି କଲା ପୁଣି ଏକ ପ୍ରାର୍ଥୀ ତାଲିକା

BJD

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହେବ । ଜୁନ ମାସ ୪ ତାରିଖରେ ଫଳାଫଳ ଘୋଷଣା ହେବ । ତେବେ ନିକଟରେ ବିଭିନ୍ନ ପର୍ଯ୍ୟାୟରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ତାଲିକା ଜାରି କରିଛି । ପଶ୍ଚିମବଙ୍ଗର ୩ଟି ଲୋକସଭା ଆସନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଜାରି କରିଛି ।

ବାନଗାଁ ଲୋକସଭା ଆସନ ପାଇଁ ପ୍ରଦୀପ ବିଶ୍ୱାସ, ଉଲୁବେରିଆ ଆସନ ପାଇଁ ଆଜାହର ମୋଲ୍ଲିକ, ଘଟଲ ଆସନ ପାଇଁ ଡ. ପପିୟା ଚକ୍ରବର୍ତ୍ତୀଙ୍କୁ ଦଳ ପ୍ରାର୍ଥୀ କରିଛି । ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟିଂ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ପର୍ଯ୍ୟାୟ ମେ ୭ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ରେ, ପଞ୍ଚମ ପର୍ଯ୍ୟାୟ ମେ ୨୦ରେ, ଷଷ୍ଠ ପର୍ଯ୍ୟାୟ ମେ ୨୫ରେ ଓ ୭ମ ପର୍ଯ୍ୟାୟ ଜୁନ ୧ରେ ହେବ ।

Get real time updates directly on you device, subscribe now.