fbpx

୧ କି ୨ ନୁହେଁ ପୋଲିସ ଜବତ କଲା ପୁରା ୮୭୭୪ ସିମ୍ କାର୍ଡ, ଅନ୍ତଃରାଷ୍ଟ୍ରୀୟ ସାଇବର ଅପରାଧୀଙ୍କ ରହିଛି ବଡ ଷଡଯନ୍ତ୍ର

ଗୋପାଳଗଞ୍ଜ: ଲୋକସଭା ନିର୍ବାଚନ ପୂର୍ବରୁ ବିହାରର ଗୋପାଳଗଞ୍ଜରୁ ସୁରକ୍ଷା ଏଜେନ୍ସୀ ଦ୍ୱାରା ପୁରା ୮୭୭୪ ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ଜବତ କରାଯାଇଛି ଓ ଏହି ମାମଲାରେ ଆର୍ଥିକ ଅପରାଧ ନିୟନ୍ତ୍ରଣ ଏଜେନ୍ସୀ (EOU) ଓ ବିହାର ATS ମିଳିତ ଭାବରେ ଯାଞ୍ଚ ଆରମ୍ଭ କରି ଦେଇଛି । ପୋଲିସ ଓ ଯାଞ୍ଚ ଏଜେନ୍ସୀ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି କି ଏହି ସିମ୍ କାର୍ଡ ଜରିଆରେ ଲୋକସଭା ନିର୍ବାଚନରେ ଅଘଟଣ ଘଟାଇବାର ଯୋଜନା କରାଯାଇଛି ।
ପୋଲିସ ଯାଞ୍ଚରୁ ଏହି ସୂଚନା ମିଳିଛି କି ଦିଲ୍ଲୀରୁ ଫ୍ଲାଇଟ୍‌ରେ ଏହି ସମସ୍ତ ସିମକାର୍ଡ ଗୋରଖପୁରକୁ ଅଣାଯାଇଛି । ଏହାପରେ ନେପାଳରୁ ପହଞ୍ଚିଥିବା ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ୩ ଯୁବକ ଏହାକୁ ରିସିଭ୍ କରିଛନ୍ତି । ନେପାଳର କାଠମାଣ୍ଡୁରୁ ପୁରା ନେଟୱାର୍କ ଅପରେଟ୍ ହେଉଥିଲା । ସୁରକ୍ଷା ଏଜେନ୍ସୀ ଅନୁମାନ ଲଗାଇଛି କି ଏହା ପଛରେ ଶତ୍ରୁ ଦେଶ ଚୀନ୍‌ର ହାତ ଥାଇପାରେ ।

ଏହି ମାମଲାରେ ଗିରଫ ହୋଇଥିବା ୩ ଯୁବକ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ବୋଲି ଦାବୀ କରିଛନ୍ତି । କିନ୍ତୁ ଏହା କେତେ ସତ ଏହାର ଏବେ ଯାଞ୍ଚ କରାଯାଉଛି । ଗତ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ-ବିହାର ବଲଥରୀ ଚେକ୍‌ପୋଷ୍ଟ ନିକଟରେ ଗୋପାଳଗଞ୍ଜ କୁଚାୟକୋଟ ଥାନା ପୋଲିସ ଏକ କାର୍‌ରୁ ୮୭୭୪ ସିମକାର୍ଡ ଓ ୧୮ ହଜାର ନେପାଳୀ ମୁଦ୍ରା ଜବତ କରିଥିଲା । ଏହି ଘଟଣାରେ ଗିରଫ ଯୁବକମାନେ ସାଇବର ଫ୍ରଡ୍‌ରେ ଏହି ସିମକାର୍ଡ ଉପଯୋଗ ହେବା କଥା କହିଥିଲେ ।

ଯାଞ୍ଚରୁ ପୋଲିସ ଜାଣିପାରିଛି କି କିଛି ସିମ୍ କାର୍ଡ ଆକ୍ଟିଭ୍ ଥିବା ବେଳେ ଆଉ କିଛି ଚାଲୁ ନାହିଁ । ପୋଲିସକୁ ମିଳିଥିବା ମୋବାଇଲ୍ ଫୋନ୍‌ରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଜଡିତ ଅନ୍ତଃରାଷ୍ଟ୍ରୀୟ ସାଇବର ଅପରାଧୀଙ୍କୁ କିପରି ଗିରଫ କରାଯିବ ସେ ଦିଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.