fbpx
BJD SKY
BJD SKY

୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା , ତାତିରୁ ମିଳିବ ଆଶ୍ୱସ୍ତି

BJD

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଉପକୂଳ ସହିତ କିଛି ସ୍ଥାନରେ କାଳ ବୈଶାଖୀ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ଫଳରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । କିଛି ଦିନ ତଳେ ରାଜ୍ୟର ରାଜଧାନୀ ସହିତ ବିଭିନ୍ନ ସହରରେ ତାପମାତ୍ରା ୪୪ ଡିଗ୍ରୀ ଟପି ଯାଇଥିଲା । ସକାଳ ସାଢେ ୮ଟାରୁ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାରୁ ଘରୁ ବାହାରିବା କଷ୍ଟ ହୋଇପଡିଛି । ଅନ୍ୟପକ୍ଷରେ ପ୍ରଖର ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁ ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମାମଲା ବି ବଢିବାରେ ଲାଗିଛି ।

Get real time updates directly on you device, subscribe now.