fbpx
BJD SKY
BJD SKY

ରେକର୍ଡ କଲା ଏସସିବି: ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ସରକାରୀ ଖର୍ଚ୍ଚରେ ସମ୍ପୂର୍ଣ୍ଣ ହେଲା ପ୍ରଥମ ଲିଭର ପ୍ରତିରୋପଣ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛି ଏସସିବି । ଏସସିବି ମେଡିକାଲ କଜେଲରେ ପ୍ରଥମ ଲିଭର ପ୍ରତିରୋପଣ ସଫଳତାର ସହ ସମାପ୍ତ ହୋଇଛି । ତିଗିରିଆର ଜଣେ ବ୍ୟକ୍ତିଙ୍କର ଶରୀରରେ ସରକାରୀ ଖର୍ଚ୍ଚରେ ଲିଭର ପ୍ରତିରୋପଣ ସମ୍ପୂର୍ଣ୍ଣ ହୋଇଛି । ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ସଫଳତାର ସହ ପ୍ରଥମ ଲିଭର ପ୍ରତିରୋପଣ କରି ରେକର୍ଡ କରିଛି ଏସସିବି ।

ଗୋଟିଏ ପଟେ ଏସସିବିରେ ପ୍ରଥମ ଯକୃତ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟପଟେ ଏଥିପାଇଁ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ତିଗିରିଆ ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ଏହାଫଳରେ ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ଏଣିକି ପ୍ରତ୍ୟେକ ଗୁରୁବାର ଦିନ ଏସସିବିରେ ଲିଭର ପ୍ରତିରୋପଣ ଓପିଡି ଆରମ୍ଭ ହେବ ବୋଲି ମେଡିକାଲର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ଲିଭରର ଦୁଇତୃତୀୟାଂଶ କାଟି ନିଆଯାଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ହାଇଦ୍ରାବାଦର ଏଆଇଜିର ୯ ଜଣ ଓ ଏସସିବିର ୧୫ ଜଣ ଡାକ୍ତର ଏପରି ଭାବେ ଏକ ୨୪ ଜଣିଆ ମେଡିକାଲ ଟିମ୍ ଉକ୍ତ ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ବେଳେ ତା’ର ପରବର୍ତ୍ତୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଡାକ୍ତର କହିଥିଲେ । ଡାକ୍ତର ଓ ନର୍ସିଂ ଅଫିସରମାନେ ୨୪ ଘଣ୍ଟିଆ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିଶେଷ ଧ୍ୟାନ ଦେଇଥିଲେ ।

Get real time updates directly on you device, subscribe now.