fbpx
BJD SKY
BJD SKY

(Video) ଜନ୍ମ କରି ଛୁଆକୁ ରାସ୍ତାରେ ପିଙ୍ଗିଦେଲା ମା’; ବ୍ୟାଗ୍‌ରୁ ନବଜାତ ଶିଶୁ ଉଦ୍ଧାର କରିଲେ ଏହି ବ୍ୟକ୍ତି

BJD

ବଲାଙ୍ଗିର: ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଶିଶୁ କନ୍ୟା ଜନ୍ମ ହେଲା ବୋଲି ଛୁଆକୁ ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଭର୍ତିକରି ଗାଁ ମୁଣ୍ଡ ରାସ୍ତାରେ ପିଙ୍ଗି ଦେଲା ଜନ୍ମକଲା ମାଆ । କଇଁ କଇଁ ହୋଇ କାନ୍ଦି କାନ୍ଦି ବ୍ୟାଗ ଭିତରେ ଛଟପଟ ହେଉଥିଲା । ହଠାତ୍ ବ୍ୟାଗ୍ ପଡିଥିବା ଦେଖି ଧାଇଗଲା ବେଳକୁ କାନ୍ଦୁଥିଲା ନବଜାତ ଶିଶୁ କନ୍ୟା ଆଉ ବ୍ୟଗ ଭିତରୁ ଉଦ୍ଧାର କରି ଏହି ସ୍ୱାମୀ ସ୍ତ୍ରୀ । ତେବେ ବସନ୍ତ ପରାଭୁଏ ନିଃସନ୍ତାନ ହୋଇଥିବା ବେଳେ ସେ ନବଜାତ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ମତ ରଖିଛନ୍ତି ।

ଏକ ବ୍ୟାଗ୍ ଭିତରୁ ଉଦ୍ଧାର ହୋଇଛି ନବଜାତ ଶିଶୁ । ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରିଛନ୍ତି ବସନ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ଖର୍ଲିକାନି ଗାଁ ମୁଣ୍ଡରେ । ସୂଚନା ଅନୁସାରେ ଖର୍ଲିକାନି ଗାଁର ବସନ୍ତ ପରାଭୁଏ ଗାଁ ଭିତରୁ ମୁଖ୍ୟ ରାସ୍ତା ଆଡ଼କୁ ଆସିବା ବେଳେ ରାସ୍ତା ଉପରେ ବ୍ୟାଗ୍ ପଡିଥିଲା ଆଉ ବ୍ୟାଗ ଭିତରେ ଏକ ନବଜାତ ଶିଶୁ କନ୍ୟା ଛଟ୍‌ପଟ୍ ହେଉଥିବା ଦେଖିବାକୁ ପାଇଥିଲେ । ଏପରିକି ଶିଶୁ କନ୍ୟାଟିର ଚାରି ପାଖରେ ଚାରି ଛଅଟି କୁକୁର ମଧ୍ୟ ବୁଲିଥିବା ସେ ଦେଖିଥିଲେ । ତତ୍‌କ୍ଷଣାତ ବସନ୍ତ ଶିଶୁ କନ୍ୟାଟିକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ନବଜାତ ଶିଶୁ କନ୍ୟାଟିର ଉଚିତ ଚିକିତ୍ସା କରାଯାଇ ଆଇନଗତ ଶିଶୁ ସୁରକ୍ଷା ବିଭାଗ ତାର ଦାୟିତ୍ୱ ନେବ । ଯଦି କେହି ଦାବୀ ନ କରନ୍ତି ତେବେ ପରବର୍ତ୍ତି ସମୟରେ ସରକାରୀ ଆଇନ ଅନୁସାରେ ଯିଏ ଚାହିଁବ, ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବ ବୋଲି ସେ ମତ ରଖିଛନ୍ତି । ତେବେ କିଏ ଏହି ଶିଶୁ କନ୍ୟାକୁ ଛାଡ଼ି ଚାଲିଗଲା ଏଭଳି ବ୍ୟାଗ୍‌ରେ ଭର୍ତି କରି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅବୈଧ ସନ୍ତାନ ଜନ୍ମ କରି କୌଣସି କୁଆଁରୀ ମା’ ଏହି ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ସାଧାରଣରେ ଆଲୋଚନା ହେଉଛି ।

Get real time updates directly on you device, subscribe now.