fbpx
BJD
BJD SKY
BJD SKY

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢ଼େ ୯ଟାରେ ଭୁବନେଶ୍ୱର ପହଞ୍ଚିବେ । ଏହା ସହ କାଲି ଭୁବନେଶ୍ୱରରେ ରାତ୍ରୀଯାପନ କରିବା ସହ ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ ସଭା ଆୟୋଜିତ ହେବ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ରାତିରେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ । ସୋମବାର ସକାଳ ସାଢ଼େ ୧୦ଟାରେ ବ୍ରହ୍ମପୁର ଯିବେ । ସେଠାରେ ସାଧାରଣ ସଭାରେ ଯୋଗଦେବା ପରେ ନବରଙ୍ଗପୁର ଗସ୍ତ କରିବେ ମୋଦୀ । ସେଠାରେ ବିଜେପିର ବିଜୟ ସଂକ୍ପଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ପ୍ରଧାନମମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ମୋଦି ପ୍ରଚାର ମଇଦାନ ଓହ୍ଲାଉଛନ୍ତି । ସେ ତାଙ୍କ ଉଦବୋଧନରେ କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.