fbpx

ଗୃହ ମନ୍ତ୍ରଣାଳୟ କୋଠାକୁ ବମ୍‌ରେ ଉଡାଇଦେବାକୁ ମଳିଲା ଧମକ; MHA ଅଧିକାରୀଙ୍କୁ ଆସିଛି ଇ-ମେଲ୍‌

AAKASH

ନୂଆଦିଲ୍ଲୀ:ଦିଲ୍ଲୀରେ ସ୍କୁଲ ପରେ ଏବେ ଗୃହ ମନ୍ତ୍ରଣାଳୟ କୋଠାକୁ ବମ୍‌ରେ ଉଡାଇ ଦେବାକୁ ଧମକଭରା ଇମେଲ୍ ଆସିଛି । ଏହାପରେ ସୁରକ୍ଷାକର୍ମୀ ପୁଣି ତତ୍ପର ହୋଇ ଉଠିଛନ୍ତି । ଏହି ଇମେଲ୍ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ଆସିଥଲା । କୁହାଯାଉଛି କି ବୁଧବାର ଦ୍ୱିପ୍ରହର ସମୟରେ ଏହି ଇମେଲ୍ ଆସିଛି । ଏହାପରେ ପୋଲିସ ଓ ସୁରକ୍ଷା କର୍ମୀ ବିଲ୍ଡିଂକୁ ସଂପୂର୍ଣ୍ଣ ଭାବରେ ଚେକ୍ କରିଛନ୍ତି । ତେବେ କିଛି ବି ସନ୍ଦେହଜନକ ଜିନିଷ ମିଳିନାହିଁ । ଏହାପରେ ଦିଲ୍ଲୀ ପୋଲିସ ଏହି ଧମକଭରା ଇମେଲ୍ ଫେକ୍ ବୋଲି କହିଛି ।

ଦିଲ୍ଲୀର ଫାୟାର ଅଧିକାରୀ ସୂଚନା ଦେଇ କହିଛନ୍ତି, ପୋଲିସ ଓ ଅଗ୍ନିଶମ ବିଭାଗ କର୍ମୀଙ୍କ ସହ ଏକ ଡଗ୍ ସ୍କ୍ୱାର୍ଡ ଓ ବମ୍ ନିରୋଧକ ଟିମ୍ ପୁରା ବିଲ୍ଡିଂ ଖୋଜିଛନ୍ତି । ବିଲ୍ଡିଂର ଉତ୍ତର ଭାଗରେ ନିଯୁକ୍ତ ଜଣେ ଅଧିକାରୀଙ୍କୁ ବମ୍ ଧମକ ବାଲା ଇମେଲ୍ ମିଳିବା ପରେ ଡିଏଫଏସକୁ କଲ୍ କରାଯାଇଥିଲା । ସର୍ଚ୍ଚ କରିବା ପରେ କିଛି ବି ସନ୍ଦେହଜନକ ପଦାର୍ଥ ମିଳିନାହିଁ । ଏଠାରେ ସୂଚାଇ ଦିଆଯାଇପାରେ କି ଏହା ପୂର୍ବରୁ ମେ’ ୧ ତାରିଖରେ ଦିଲ୍ଲୀ ଓ ନୋଏଡାର ୧୫୦ରୁ ଅଧିକ ସ୍କୁଲକୁ ବମ୍ ଧମକ ବାଲା ଇମେଲ୍ ଆସିଥିଲା ।

Get real time updates directly on you device, subscribe now.