fbpx

କୋହଲିଙ୍କ ସୁରକ୍ଷାକୁ ନେଇ ‘ବିରାଟ’ ବିପଦ! ପ୍ରାକ୍ଟିସ ସେସନ ବନ୍ଦ କରିଦେଲା RCB

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର କମବ୍ୟାକ କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ପ୍ରଥମ ୮ଟି ମ୍ୟାଚରୁ ୭ଟି ପରାଜୟ ପରେ ସମସ୍ତ ମ୍ୟାଚ ବିଜୟୀ ହୋଇ ପ୍ଲେ-ଅଫ୍ ପାଇଁ ଟିକେଟ ହାସଲ କରିଛି । ତେବେ ସିଜନରେ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ପ୍ଲେଅଫକୁ ସୁଯୋଗ ପାଇଛି । ଆଜି ରାଜସ୍ଥାନ ବିପକ୍ଷରେ ଏଲିମିନେଟର ମ୍ୟାଚ ପାଇଁ ମୁହାଁମୁହିଁ ହେବ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ରହିଥିବା ଆଶଙ୍କାରେ ବେଙ୍ଗଲୁରୁ ପ୍ରାକ୍ଟିସ ସେସନ୍ ମଧ୍ୟ ରଦ୍ଦ କରିଥିବା ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଆଜି ପ୍ରଥମ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୋୟଲ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚ ପୂର୍ବରୁ ବିରାଟ କୋହଲି ସମେତ ଦଳର ସମସ୍ତ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଏକମାତ୍ର ଅଭ୍ୟାସ ସେସନ୍ ରଦ୍ଦ କରିଛି ଆରସିବି । ଅହମ୍ମଦାବାଦରେ ସୋମବାର(ମେ’ ୨୦)ରେ ଆତଙ୍କୀ ଗତିବିଧି ସନ୍ଦେହରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଭୟରେ ବେଙ୍ଗଲୁରୁ ଖେଳାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ଆରସିବି ଅଚାନକ କୌଣସି କାରଣ ନ ଦେଇ ମଙ୍ଗଳବାର ହେବାକୁ ଥିବା ପ୍ରାକ୍ଟିସ ସେସନ୍ ରଦ୍ଦ କରିଦେଇଛି । ଏହାସହିତ ପ୍ରେସ କନଫରେନ୍ସ ମଧ୍ୟ ରଦ୍ଦ କରିଛି ଏହି ଟିମ୍ । ସେପଟେ ରାଜସ୍ଥାନ ଅଭ୍ୟାସ କରିଥିଲେ ମଧ୍ୟ ପ୍ରେସ କନଫରେନ୍ସ କରିନାହିଁ ।

ଏହି ରିପୋର୍ଟରେ ଦାବି ହୋଇଛି ଯେ, ବିରାଟ କୋହଲିଙ୍କ ଭଳି ବଡ଼ ବଡ କ୍ରିକେଟରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜି ଏହି ଅଭ୍ୟାସକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା କହୁଛି ଗୁଜରାଟ ପୋଲିସ । ଅହମ୍ମଦାବାଦରେ ବିଶ୍ୱର ବହୁ କ୍ରିକେଟର ଉପସ୍ଥିତ ରହିଥିବା ବେଳେ ସେଠାରୁ ସନ୍ଦିଗ୍ଧଙ୍କ ଗିରଫ ଏବଂ ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ସେମାନଙ୍କ ସୁରକ୍ଷାକୁ ନେଇ ଆଶଙ୍କା ବଢାଇଛି । ତେବେ ଏ ନେଇ ଉଭୟ ଟିମକୁ ପୋଲିସ ସୂଚନା ଦେବା ପରେ ବେଙ୍ଗଲୁରୁ ପ୍ରାକ୍ଟିସ ସେସନ୍ ରଦ୍ଦ କରିଛି । ତେବେ ରାଜସ୍ଥାନ ଅଭ୍ୟାସ କରିଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.