fbpx

ମଦ ପିଇବାକୁ କଲବଲ ହେଲେଣି ମଦୁଆ; ଘନ ଘନ ବୁଲୁଛି PCR, ଖୋଲାରେ ପିଇଲେ ସାବାଡ୍ କରୁଛି ପୋଲିସ

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନ ପାଇଁ ପୁରା ପ୍ରସ୍ତୁତିରେ କମିଶନରେଟ୍ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳ ଭଳି ବିଭିନ୍ନ ସମ୍ୱେଦନପୂର୍ଣ୍ଣ ସ୍ଥାନରେ ଯେପରିକି କଲୋନି, ଆବାସିକ ଅଞ୍ଚଳ, ମାର୍କେଟ୍ ଅଞ୍ଚଳରେ ଖୋଲା ଖୋଲି ମଦ୍ୟପାନ ଉପରେ ସ୍ପେଶାଲ ଟିମ୍  ଓ ସିଟିଏସ୍ ଫୋର୍ସର ଅଧିକାରୀମାନେ ବ୍ୟାପକ ଚଢାଉ ଜାରିରଖିଛନ୍ତି। ରାତି ୯ଟା ସୁଦ୍ଧା ପଇଁତରା ମାରୁଛି ପିସିଆର ଭ୍ୟାନ୍ । ଯୋଉଠି ମଦୁଆ ଦେଖୁଛି ସାବାଡ୍ ନେଉଛି ।

ରାଜଧାନୀରେ ମେ’ ୨୫ରେ ହେବ ସାଧାରଣ ନିର୍ବାଚନ । ସେଥି ପାଇଁ ପ୍ରସ୍ତୁତିରେ କମିଶନରେଟ୍ ପୋଲିସ । ସଞ୍ଜ ନଇଁଲେ ପଇଁତରା ମାରୁଛି ପିସିଆର ଭ୍ୟାନ୍, ଛକ, ବଜାର, ରାସ୍ତା ସବୁଠି କରୁଛି କଡ଼ା ଚେକିଂ । ଖାସ କରି ମଦୁଆଙ୍କୁ କରୁଛି ତାଗିଦ୍ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଯୋରଦାର ହେଉଛି ଚେକିଂ ।

 

Get real time updates directly on you device, subscribe now.