fbpx

ମଣିପାଲ୍ ହସ୍ପିଟାଲ୍ସ ସହ ଯୋଡ଼ି ହେଲା ଆମ୍ରୀ; ଏଣିକି ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା

AAKASH

ଭୁବନେଶ୍ୱର: ଭାରତର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନା ମଣିପାଲ୍ ହସ୍ପିଟାଲ୍ସ ଆମ୍ରୀ ହସ୍ପିଟାଲକୁ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି। ମେ’ ୨୨ ତାରିଖରୁ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରିବ। ଯାହା ପୂର୍ବ ଭାରତରେ ସ୍ବାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଦାହରଣ ପାଲଟିବ। ଏହା ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ କିଛି କରିଦେଖାଇବ। ବଡ଼ ବଡ଼ ସହରରେ ଥିବା ଡାକ୍ତରଖାନା ଗୁଡିକରେ ମିଳୁଥିବା ଚିକିତ୍ସା ସୁବିଧା ମଣିପାଲ ହସ୍ପିଟାଲ୍‌ସ୍‌ ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ।

ମଣିପାଲ ହସ୍ପିଟାଲ୍ସର ଚିଫ୍ ଅଫିସର୍ ଶ୍ରୀ ପାର୍ଥ ଦାସ ଏହି ସମନ୍ବୟ ଉତ୍ସାହ ପ୍ରକାଶ କରି କହିଛନ୍ତି, “ସମଗ୍ର ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା ଯୋଗାଣକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ। ଏଥିପାଇଁ ଏହି ଏକକୀକରଣ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ। ରୋଗୀମାନଙ୍କୁ ଉତ୍‌କୃଷ୍ଟ ସେବା ପ୍ରଦାନ କରିବା ସହିତ ଆମ କର୍ମଚାରୀମାନଙ୍କ ମଧ୍ୟରେ ସହ‌ଯୋଗକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଏହି ଏକକୀକରଣ, ସମସ୍ତ ପ୍ରତିଷ୍ଠାନରେ ଏକ ସମନ୍ବିତ ଏବଂ ସ‌ହାୟକ ପରିବେଶ ସୁନିଶ୍ଚିତ କରିବ। ସମଗ୍ର ଅଞ୍ଚଳରେ ଉଚ୍ଚ-ଗୁଣାତ୍ମକ ଯନ୍ତ୍ର ଏବଂ ଆମର କର୍ମଚାରୀଙ୍କ କଲ୍ୟାଣକୁ ସମ୍ପ୍ରସାରଣ କରି ଆମେ ଆନନ୍ଦିତ। “ ଭୁବନେଶ୍ବର ଓ ବିଜୟୱାଡ଼ାର କ୍ଲଷ୍ଟର ନିର୍ଦ୍ଦେଶକ ଡ. ସୁଧାକର କଂଟିପୁଡ଼ିଙ୍କ ମତରେ, “ମଣିପାଲ ହସ୍ପିଟାଲ୍‌ରେ ଆମ୍ରୀ ୟୁନିଟ୍ ର ଏକକୀକରଣ ପାଇଁ ମୁଁ ଆନନ୍ଦିତ।

ଭୁବନେଶ୍ବରର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ନୂତନ ଆରମ୍ଭ ହେବ। ଏହି ପଦକ୍ଷେପ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ, ଯାହା ଦ୍ବାରା ଏହି ଅଞ୍ଚଳର ରୋଗୀମାନେ ଦୂରକୁ ନ ଯାଇ ବିଶ୍ୱସ୍ତରୀୟ ଚିକିତ୍ସା ପାଇପାରିବେ। ସେପଟେ ହସ୍ପିଟାଲ ନିର୍ଦ୍ଦେଶକ, ଭୁବନେଶ୍ବର, ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, “ଏହି ଏକୀକରଣ ସମଗ୍ର ଦେଶରେ ଉନ୍ନ‌ତମାନର ସ୍ବାସ୍ଥ୍ୟସେବାର ଉପଲବ୍ଧତାକୁ ବିସ୍ତାର କରିବା ପାଇଁ ଆମର ପ୍ରତିବଦ୍ଧତାର ନିଦର୍ଶନ । ମଣିପାଲ୍ ର ସେବାକୁ ଆଗରେ ରଖି ଆମେ ରୋଗୀ ସେବା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥିର କରିବାକୁ ପ୍ରସ୍ତୁତ, ଯାହା କି ଲୋକ ମାନଙ୍କୁ ସହାନୁଭୂତିପୂର୍ଣ୍ଣ ଏବଂ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମାଧାନ ପ୍ରଦାନ କରିବା ନିମନ୍ତେ ଆମର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବ।

Get real time updates directly on you device, subscribe now.