fbpx

ବନ୍ଦ ହୋଇଗଲା YouTube! ଟେନସନରେ ୟୁଜର୍ସ, ଏହିସବୁ କାମରେ ହେଉଛି ସମସ୍ୟା

AAKASH

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖୁବ ବ୍ୟସ୍ତ । ସେହିପରି ମନୋରଞ୍ଜନର ଆଉ ଏକ ମାଧ୍ୟମ ପାଲଟିଛି ୟୁଟ୍ୟୁବ । କିନ୍ତୁ ଅଚାନକ ଏବେ ୟୁଟ୍ୟୁବ ବନ୍ଦ ହୋଇଯାଇଛି । ଯାହାଫଳରେ ଅନେକ ୟୁଜର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହଠାତ୍ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂ କରିବା ବନ୍ଦ ହୋଇଯାଇଛି । କିଛି କଣ୍ଟେଣ୍ଟ କ୍ରିଏଟର ଲାଇ ଭିଡିଓ କରିବାରେ ସମସ୍ୟାରେ ପଡ଼ିଛନ୍ତି । ଏ ନେଇ ‘ଏକ୍ସ’ ପ୍ଲାଟଫର୍ମରେ ୟୁଟ୍ୟୁବ୍ ଡାଉନ୍ ହେବା ନେଇ ଅଭିଯୋଗ କରିଛନ୍ତି ।

ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୬୩ ପ୍ରତିଶତ ୟୁଜର୍ସମାନଙ୍କୁ ଭିଡିଓ ଷ୍ଟ୍ରିମିଙ୍ଗରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେହିପରି କିଛି ୟୁଜରଙ୍କୁ ଆପ୍ ଆକ୍ସେସ କରିବାରେ ମଧ୍ୟ ସମସ୍ୟା ହେଉଥିବାର ଦେଖାଯାଇଛି । ୧୫ ପ୍ରତିଶତ ୟୁଜରଙ୍କୁ ୟୁଟ୍ୟୁବର ଅଫିସିଆଲ ୱେବସାଇଟକୁ ଆକ୍ସେସ କରିବାରେ ସମସ୍ୟା ହୋଇଛି । ତେବେ ଲାଇଭ ଷ୍ଟ୍ରିମିଙ୍ଗ ଭିଡିଓ କରିବାରେ ସବୁଠାରୁ ଅଧିକ ସମସ୍ୟା ଦେଖା ଦେଇଛି । ଲାଇଭ ଷ୍ଟ୍ରିମିଙ୍ଗରେ ବଫରିଙ୍ଗ ଏବଂ ଆକ୍ସେସ ନ ହେବା ସମ୍ପର୍କରେ ଅଭିଯୋଗ ହୋଇଛି ।

ଏହାପୂର୍ବରୁ ମାର୍ଚ୍ଚ ୫ ତାରିଖରେ ମଧ୍ୟ ୟୁଟ୍ୟୁବ ଡାଉନ୍ ହୋଇଥିଲା । ଯାହାଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର । ରିପୋର୍ଟ ଅନୁସାରେ, ପ୍ରାୟ ୪୩ ପ୍ରତିଶତ ୟୁଜର୍ସଙ୍କୁ ୟୁଟ୍ୟୁବ ୱେବସାଇଟ ବ୍ୟବହାର କରିବାରେ ସମସ୍ୟା ହୋଇଥିବା ବେଳେ ୨୦ ପ୍ରତିଶତ ୟୁଜର୍ସଙ୍କୁ ଆପରେ ଭିଡିଓ ଷ୍ଟ୍ରିମିଙ୍ଗରେ ସମସ୍ୟା ଉପୁଜିଥିଲା । ତେବେ ବର୍ତ୍ତମାନ ୟୁଟ୍ୟୁବ ତରଫରୁ ଏ ନେଇ କୌଣସି ଉତ୍ତର ମିଳିପାରିନାହିଁ । ତେବେ ଖୁବଶୀଘ୍ର ଏହି ସମସ୍ୟା ସମାଧାନ ହେବ ବୋଲି ୟୁଜର ଆଶା କରିଛନ୍ତି ।

Get real time updates directly on you device, subscribe now.