fbpx

ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ପ୍ରଚାର କରିଥିବାରୁ ବିଜେପି ଓ କଂଗ୍ରେସକୁ ନିର୍ବାଚନ କମିଶନଙ୍କ ତାଗିଦ୍

AAKASH

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବିଜେପି ଓ କଂଗ୍ରେସକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଉଭୟ ଦଳର ଷ୍ଟାର ପ୍ରଚାରକମାନେ ଯେପରି ଶୃଙ୍ଖଳା ବଜାୟ ରଖନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ସମାଜକୁ ବିଭାଜିତ କରୁଥିବା ଭାଷଣରୁ ଦୂରେଇ ରୁହନ୍ତୁ । ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆୟୋଗ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଆଦେଶ ଜାରି କରି ତାଙ୍କ ଷ୍ଟାର ପ୍ରଚାରକମାନଙ୍କୁ ଧାର୍ମିକ କିମ୍ବା ସାମ୍ପ୍ରଦାୟିକ ଆଧାରରେ ପ୍ରଚାରରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ବାତାବରଣକୁ କ୍ଷତି ପହଞ୍ଚାଇ ହେବ ନାହିଁ ।

ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ପ୍ରଚାର କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସକୁ ନିର୍ବାଚନ କମିଶନ କଡ଼ା ସମାଲୋଚନା କରିଛନ୍ତି । ସେହିପରି ଭାରତୀୟ ସମ୍ବିଧାନ ଭଳି ସମାଜରେ ଭୁଲ ଧାରଣା ସୃଷ୍ଟି କରୁଥିବା କୌଣସି ଭାଷଣ ନଦେବାକୁ କଂଗ୍ରେସ ଦଳର ଷ୍ଟାର ପ୍ରଚାରକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଅଗ୍ନିବୀର ଯୋଜନାକୁ ନେଇ ଭାରତୀୟ ସେନାକୁ ରାଜନୀତିକରଣ ନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.