fbpx

Big Breaking; ଆଜିଠୁ ଲଘୁଚାପ: ଓଡ଼ିଶାରେ କିପରି ରହିବ ଏହାର ପ୍ରଭାବ? IMD ଦେଲା ସୂଚନା

AAKASH

ଭୁବନେଶ୍ୱର: ଆଜିଠାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଓଡ଼ିଶା ପ୍ରତି ଏହାର କିପରି ପ୍ରଭାବ ରହିବ ସେ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ଲଘୁଚାପର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ସୃଷ୍ଟି ହୋଇଥିବା ଏହି ଲଘୁଚାପଟି ଓଡ଼ିଶା ଉପକୂଳ ଅତିକ୍ରମ କରିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ ।

ତେବେ କେବଳ ୨୫ ଏବଂ ୨୬ ତାରିଖରେ ୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଦୁଇ ଦିନ ବାଲେଶ୍ୱର ଏବଂ ଭଦ୍ରକରେ ବର୍ଷା ହେବାର ସମ୍ଭବନା ରହିଛି । ଉଭୟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି । ତେଣୁ ମତ୍ସଜୀବୀମାନଙ୍କୁ ୨୩ ତାରିଖରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସମୁଦ୍ରରେ ରହିଛନ୍ତି, ସେମାନଙ୍କୁ ମଧ୍ୟ ୨୩ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.