fbpx

ଜୁନ୍ ୪ରେ ନିର୍ବାଚନ ଫଳାଫଳ ଦେଖିବା ସମୟରେ ଅବଲମ୍ବନ କରନ୍ତୁ ଏହି ୧୦ ସାବଧାନତା, ଭାଇରାଲ୍ ହେଉଛି ଅରବପତିଙ୍କ ଏପରି ପୋଷ୍ଟ

AAKASH

ନୂଆଦିଲ୍ଲୀ:ଦେଶରେ ଲୋକସଭା ନିର୍ବାଚନ ଜାରି ରହିଛି । ଏଥିପାଇଁ ୫ ପର୍ଯ୍ୟାୟ ଭୋଟିଂ ହୋଇସାରିଛି ଓ ଏବେ ଆଉ ୨ ପର୍ଯ୍ୟାୟ ଭୋଟ ବାକି ରହିଛି । ନିର୍ବାଚନ ଫଳାଫଳ ଜୁନ୍ ୪ରେ ସାମ୍ନାକୁ ଆସିବ । ଏହାରି ମଧ୍ୟରେ ଅରବପତି ହର୍ଷ ଗୋଏଙ୍କା ନିର୍ବାଚନ ଫଳାଫଳ ଟିଭିରେ ଦେଖିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ଆର୍‌ପିଜି ଗ୍ରୁପ୍ ମାଲିକ ହର୍ଷ ଗୋଏଙ୍କା ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଏବେ ଭାଇରାଲ୍ ହେଉଛି । ସେ ନିଜ ପୋଷ୍ଟରେ ଟିଭି ଦେଖୁଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିଛନ୍ତି ଓ ପ୍ରଥମ ସୁରକ୍ଷାମୂଳକ ପଦକ୍ଷେପ ବୋଲି କହି ଲେଖିଛନ୍ତି, ହାଲ୍‌କା ଜଳଖିଆ କରି ବ୍ଲଡ ପ୍ରେସରକୁ କମାଇ ରଖନ୍ତୁ । ଏହା ସହିତ sorbitrate ଟାବଲେଟ୍ ସହ ଏକ ବୋତଲ ଥଣ୍ଡାପାଣି ବି ନିଜ ପାଖରେ ରଖି ଟିଭି ସାମ୍ନାରେ ବସନ୍ତୁ ।

ଏହା ବ୍ୟତିତ ଟିଭି ସାଉଣ୍ଡ କମ୍ ରଖିବାକୁ ମଧ୍ୟ ସେ କହିଛନ୍ତି । ଏହା ବ୍ୟତିତ ନିଜ ପରିବାର ସଦସ୍ୟ କିମ୍ବା ମିତ୍ରଙ୍କୁ ପାଖରେ ବସାଇ ଟିଭି ଦେଖିବାକୁ ସେ କହିଛନ୍ତି । ଏହା ବ୍ୟତିତ ଢିଲା ସୂତା ଡ୍ରେସ୍ ପିନ୍ଧିବାକୁ ଓ କୁଲର କିମ୍ବା ଏସି ଚାଲୁ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଫଳାଫଳ ଆସିବା ସମୟରେ ଗଭୀର ପ୍ରଶ୍ୱାସ ନେବାକୁ ଓ ମଝିରେ ମଝିରେ ହସିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସଂସାର ତ ମାୟାରେ ଛନ୍ଦି ହୋଇ ରହିଛି । ଏହା ସମସ୍ତେ ସର୍ବଦା ମନେ ରଖିବା ଉଚିତ । ଆଉ ଶେଷରେ କହିଛନ୍ତି ମୋଦୀ ତ ଏଥର ଆସିବେ । ତାଙ୍କର ଏହି ଏକ୍ସ ପୋଷ୍ଟ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ମାତ୍ର ୨ ଘଣ୍ଟାରେ ଏହାକୁ ୨୬,୦୦୦ରୁ ଅଧିକ ଭ୍ୟୁ ମିଳିସାରିଲାଣି ।

Get real time updates directly on you device, subscribe now.