fbpx

(Video) ରାଇନାଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଶାହରୁଖ: ଫାଇନାଲରେ ଏଣ୍ଟ୍ରି ପରେ କାହିଁକି ଏପରି କଲେ କିଙ୍ଗ ଖାନ୍?

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପ୍ରଥମ ଫାଇନାଲିଷ୍ଟ ମିଳିସାରିଛି । କ୍ୱାଲିଫାୟାର-୧ରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଫାଇନାଳରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ତେବେ ଏହି ସପଳତାକୁ ନେଇ ଖେଳାଳି ଖୁସି ମନାଉଥିବା ବେଳେ ଦଳର ମାଲିକ ମଧ୍ୟ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରାଇଛନ୍ତି । ଝିଅ ସୁହାନା ଏବଂ ସାନପୁଅ ଅବରାଙ୍କ ସସହ ଷ୍ଟାଡିୟମ ବୁଲି ଦେଖିଥିଲେ ଶାହରୁଖ । ତେବେ ଏହି ମ୍ୟାଚ ପରେ କିଙ୍ଗ ଖାନ୍ ସମସ୍ତଙ୍କୁ ଭୁଲ ମାଗିଛନ୍ତି । କିନ୍ତୁ କାହିଁକି?

ହାଇଦ୍ରାବାଦକୁ ପରାସ୍ତ କରି କୋଲକାତା ଫାଇନାଲରେ ପ୍ରବେଶ କରିବା ପରେ ଅନେକ ଖୁସି ମନାଇଛନ୍ତି ଫ୍ୟାନ୍ସ ଏବଂ ଖେଳାଳି । ତେବେ ଏହାପରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବଲିଉଡ ସିନେ ଜଗତର ‘ବାଦଶାହ’ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ପଡ଼ିଆ ମଝିରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ଶାହରୁଖ । ରାଇନାଙ୍କ ସହ ପାର୍ଥିବ ପଟେଲ ଏବଂ ଆକାଶ ଚୋପ୍ରା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ତେବେ ଶାହରୁଖ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁସାରେ, ଫାଇନାଲକୁ ଯିବା ଖୁସିରେ କିଙ୍ଗ ଖାନ୍ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ୍ ଦେଉଥିଲେ । ପଡ଼ିଆରେ ବୁଲି ସମସ୍ତ ଦର୍ଶକଙ୍କ ଅଭିବାଦନ କରିବା ବେଳେ ହଠାତ୍ ଆକାଶ, ପାର୍ଥିବ ଏବଂ ରାଇନାଙ୍କୁ ଭେଟିଥିଲେ ଶାହରୁଖ । ତେବେ ଫ୍ୟାନ୍ସମାନଙ୍କ ସହ ଝୁମିବା ବେଳେ ସେ କ୍ରିକେଟ ଶୋ’ କରୁଥିବା ପୂର୍ବତନ କ୍ରିକେଟରଙ୍କୁ ହଠାତ୍ ଦେଖି ଚମକି ପଡ଼ିଛନ୍ତି । ଏହାପରେ ସମସ୍ତଙ୍କୁ ଆଲିଙ୍ଗନ କରି ଶାହରୁଖ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟମନସ୍କତାରେ ଶାହରୁଖ ଶୋ’ ମଝିରେ ଚାଲି ଆସିଥିଲେ । ତେଣୁ ସେଠାରେ ସେ ରାଇନାଙ୍କ ସହ ଆକାଶ ଏବଂ ପାର୍ଥିବଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟରାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.