fbpx

(Video) ଟିଭି ଦେଖୁଥିଲା ବେଳେ ହଠାତ୍ ଲାଗିଗଲା ନିଆଁ, ଶୁଣିଲେନି ଅଭିଭାବକ, ଚତୁରତାର ସହ ନିଆଁକୁ ଆୟତ୍ତ କଲା କୁନି ପୁଅ

AAKASH

ଓଡ଼ିଶା ଭାସ୍କର: କଥାରେ ଅଛି ବୁଦ୍ଧି ଥିଲେ ଉପାୟ ବଳେ ବଳେ ଆସେ । ଏକଥାର ଅନେକ ମହତ ଅଛି । ଯଦି ଦେଖିବା ଏବେର ପିଲାଙ୍କଠୁ ଆରମ୍ଭ କରି ଯୁବ ପିଢ଼ି ଯାଏଁ ସମସ୍ତେ ଏକ ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହୋଇଗଲେଣି । ଆଉ ସେମିତି ପୂର୍ବ ପରି ସେମାନଙ୍କୁ କିଛି ହାତ ଧରି ଶିଖାଇବାକୁ ପଡ଼ୁନି କି କୌଣସି କଥା ପାଇଁ ବଡ଼ ମାନଙ୍କ ସାହାର୍ଯ୍ୟ ଦରକାର ପଡ଼ୁନି । ଇଣ୍ଟରନେଟ୍ ମାଧ୍ୟରୁ ଅନେକ କଥା ଶିକ୍ଷା କରିବା ସହ ପାଳନ ମଧ୍ୟ କରୁଛନ୍ତି । ଯାହାର ଏକ ଉଦାହରଣ ଏହି ଭିଡିଓ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଦେଖାଇବାକୁ ଚାହିଁବୁ ।

ଭିଡିଓରେ ଏକ କୁନି ପିଲାଟିଏ ଟିଭି ଦେଖୁଥିବା ନଜର ଆସୁଛି । ଆଉ ଠିକ୍ ଏହି ସମୟରେ ହଠାତ୍ ଟିଭି ନିକଟରେ ନିଆଁ ଲାଗି ଯାଉଛି । ସେଠାରେ ପିଲାଟିର ଅଭିଭାବକ ଏକ ଡାଇନିକ୍ ଟେବୁଲରେ ବସି ଖାଇବା-ପିଇବାରେ ମଜଗୁଲ ଅଛନ୍ତି । ନିଆଁକୁ ଦେଖି ପିଲାଟି ତାର ସମ୍ପର୍କୀୟକୁ ଡାକୁଛି ହେଲେ ସେ ଏତେ ମଜଗୁଲ୍ ଅଛନ୍ତି ପିଲାଟିର କଥା କେହି ଶୁଣୁନାହାନ୍ତି । ଏତିକି ବେଳେ ପିଲାଟି ବୁଦ୍ଧି ଖଟାଇ ପାଖରେ ଥିବା ନିଆଁ ଲିଭା ଗ୍ୟାସ୍ ପ୍ରୟୋଗ କରୁଛି ଏବଂ ସଂଗେ ସଂଗେ ନିଆଁ ଲିଭି ଯାଉଛି । ଏକ ବଡ଼ ବିପଦରୁ ରକ୍ଷା ପାଇଗଲେ ସମସ୍ତେ ।

ସେଥିଲାଗି ତ ପିଲାମାନଙ୍କୁ ଏସବୁ ଶିକ୍ଷା ଯେପରିକି ନିଆଁକୁ ଆୟତ କରିବା, ସିପିଆର୍, ଏବଂ ପାଣିରେ କେହି ବୁଡ଼ିଗଲେ କିପରି ଉଦ୍ଧାର କରିବା ଏସବୁ କଥା ପିଲା ମାନଙ୍କୁ ଶିଖାଇବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.