fbpx

ରଇସିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଇରାନ୍ ପହଞ୍ଚିଲେ ଉପରାଷ୍ଟ୍ରପତି, କାଲି ଏହି ସହରରେ ଦିଆଯିବ କବର

AAKASH

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ବୁଧବାର ଇରାନରେ ପହଞ୍ଚିଛନ୍ତି । ତେବେ ଉପରାଷ୍ଟ୍ରପତିଙ୍କ ଅଫିସ୍ ଓ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଧନଖଡଙ୍କ ଇରାନ ଗସ୍ତକୁ ନେଇ ସୂଚନା ପ୍ରଦାନ କରାଯାଇଛି । ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ ଏକ ପୋଷ୍ଟରେ କହିଛନ୍ତି ଭାରତ ପକ୍ଷରୁ ଶୋକ ସମାରୋହରେ ଭାଗ ନେବା ପାଇଁ ଉପରାଷ୍ଟ୍ରପତି ଇରାନ୍ ଯାଇଛନ୍ତି । ତେବେ ଇତିମଧ୍ୟରେ ସେ ଇରାନରେ ପହଞ୍ଚିସାରିଛନ୍ତି ଓ ତେହେରାନରେ ଇରାନର ସ୍ୱତନ୍ତ୍ର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି ବୋଲି ଖବର ମିଳିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ମେ’ ୧୯ରେ ରଇସିଙ୍କ ହେଲିକପ୍ଟର ଇରାନ-ଆଜରବାଇଜାନ୍ ବର୍ଡର ନିକଟରେ କ୍ରାସ୍ ହୋଇଯାଇଥିଲା । ଏଥିରେ ବିଦେଶ ମନ୍ତ୍ରୀ ହୁସେନ୍ ଅମୀରାବଦୁଲାହିୟାନଙ୍କ ସହିତ ମୋଟ ୯ ଜଣ ଯାତ୍ରା କରୁଥିଲେ । ତବରିଜ୍ ସହରରେ ଅନ୍ତିମ ଯାତ୍ରା ପରେ ରାଷ୍ଟ୍ରପତିଙ୍କ ମୃତଦେହକୁ ତେହରାନ୍ ଅଣାଯାଇଛି । ମେ’ ୨୩ ତାରିଖରେ ତାଙ୍କୁ ଇରାନର ମଶହଦ ସହରରେ କବର ଦିଆଯିବ । ଏହି ସହରରେ ତାଙ୍କର ଜନ୍ମ ହୋଇଥିଲା ।

Get real time updates directly on you device, subscribe now.