fbpx

(Video) ବିନା ନିଆଁରେ ପାମ୍ପଡ ଭାଜିଲେ ବିଏସଏଫ୍ ଯବାନ, ରାଜସ୍ଥାନରେ ତାତିର ତାଣ୍ଡବ,ଭିଡିଓ ଭାଇରାଲ୍‌

AAKASH

ନୂଆଦିଲ୍ଲୀ:ଏବେ ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତାପ ଏତେମାତ୍ରାରେ ବୃଦ୍ଧି ପାଇଛି ଯେ, ଘରୁ ବାହାରିବା ବି ମୁସ୍କିଲ ହୋଇଯାଇଛି । ଏସବୁ ମଧ୍ୟରେ ରାଜସ୍ଥାନ ବିକାନେରରୁ ଯେଉଁ ଭିଡିଓ ସାମ୍ନାକୁ ଆସୁଛି ତାହା ସମସ୍ତଙ୍କୁ ଚକିତ କରିଦେବ । ମରୁଭୂମିରେ ଡ୍ୟୁଟି କରୁଥିବା ଜଣେ ବିଏସଏଫ୍ ଯବାନ ଏହି ଅବସ୍ଥାକୁ ଦେଖାଇବା ପାଇଁ ଗରମ ବାଲିରେ ଗୋଟିଏ ପାମ୍ପଡ ରଖି ଦେଉଛନ୍ତି । କିଛି ସମୟ ପରେ ସେ ବାଲି କାଢି ଦେଖୁଛନ୍ତି କି ପାମ୍ପଡ ବଢିଆ ଭାବେ ଭାଜି ହୋଇଯାଇଛି । ସେ ଏହାକୁ ଭାଙ୍ଗି ଦେଖାଉଛନ୍ତି କି ଏହା କିପରି କ୍ରିପ୍ସି ହୋଇଛି ।

ଭିଡିଓଟି ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । କାରଣ ଏତେ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ଜନଜୀବନ ଲାଗି ବଡ ସମସ୍ୟା ଅଟେ । ଏହି ଭିଡିଓ ଉପରେ ଲୋକମାନଙ୍କର ଜବରଦସ୍ତ କମେଣ୍ଟ ଆସିବାରେ ଲାଗିଛି ।

 

 

 

Get real time updates directly on you device, subscribe now.