fbpx

ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ସହଜ ହେବ ଚିକିତ୍ସା

AAKASH

ଓଡିଶା ଭାସ୍କର: ୟୁରିକ ଏସିଡ ଏହା ପ୍ରତ୍ୟେକ ମଣିଷଙ୍କର ଶରୀରରେ ରହିଥାଏ । ଡାକ୍ତରୀ ଭାଷାରେ ଏହାକୁ ହାଇପରୟୁରିସେମିୟା ବୋଲି କୁହାଯାଇଥାଏ । ଏହି ୟୁରିକ ଏସିଡ ଶରୀରର ଏକ ବର୍ଜ୍ୟ ବସ୍ତୁ ହୋଇଥାଏ । ଯେତେବେଳେ ଆପଣ ଖାଦ୍ୟ ଓ ପାନୀୟ ଗ୍ରହଣ କରନ୍ତି ସେତେବେଳେ ଫ୍ୟୁରିକ ନାମକ ରାସାୟନିକ ପଦାର୍ଥ ନିର୍ଗତ ହୋଇ ରକ୍ତରେ ମିଶିଥାଏ । ଶରୀରରେ ଅଧିକ ୟୁରିକ ଏସିଡ ହେବାରୁ ଏହା ମୁତ୍ର ଏବଂ ଝାଳ ଆକାରରେ ଶରୀରରୁ ବାହରି ଯାଇଥାଏ । କିନ୍ତୁ ଶରୀରରେ ଅତ୍ୟଧିକ ୟୁରିକ ଏସିଡ ସୃଷ୍ଟି ହେଲେ ଏହା ଶରୀରରୁ ଠିକ ଭାବରେ ବାହାରେ ନାହିଁ । ଏହା ପରେ ଏହା ହାଇପୟୁରିସେମିୟାରେ ପରିଣତ ହୋଇଥାଏ ।

କ୍ଲିବଲ୍ୟାଣ୍ଡ କ୍ଲିନିକର ଏକ ରିପୋର୍ଟ ଅନୁସାରେ ଶରୀରରେ ଅଧିକ ୟୁରିକ ଏସିଡ ହେଲେ ସ୍ଫଟିକ ସୃଷ୍ଟି ହୋଇଥାଏ । ଏବା ଶରୀରରେ ଗଣ୍ଠି ସ୍ଥାନରେ ଧୀରେ ଧୀରେ ଜମାଟ ବାନ୍ଧି ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଏହା ଯନ୍ତ୍ରଣା ହୋଇଥାଏ । ୟୁରିକ ଏସିଡ ଦ୍ୱାରା ସୃଷ୍ଟି ହୋଇଥିବା ସ୍ପଟିକ କୀଡନୀରେ ଷ୍ଟୋନ ସୃଷ୍ଟି କରିଥାଏ ।

୧. ଶରୀରରେ ୟୁରିକ ଏସିଡ ବୃଦ୍ଧି ହେବାର ମୂଳ କାରଣ ହେଉଛି ଲିଭର କିମ୍ବା କିଡନୀରେ କାର୍ଯ୍ୟକ୍ଷମରେ ସମସ୍ୟା ଉତ୍ପନ୍ନ ହେବା । ଲିଭରରେ ୟୁରିକ ଏସିଡ ତିଆରି ହୋଇ କିଡନୀକୁ ଗତି କରିଥାଏ । ଯଦି ଲିଭର ଓ କିଡନୀ ଠିକ ଭାବରେ କାମ କରିନଥାଏ ତେବେ ୟୁରିକ ଏସିଡ ଅଧିକ ବୃଦ୍ଧି ପାଇ ଶରୀରରୁ ବାହାରିବାରେ ଠିକ ଭାବରେ ସକ୍ଷମ ହେବନାହିଁ । ଯଦି ଆପଣ ମାନଙ୍କର ଲିଭର ବା କିଡନୀରେ ସମସ୍ୟା ଥାଏ ତେବେ ଆପଣ ୟୁରିକ ଏସିଡ ଉପରେ ଧ୍ୟାନ ରଖନ୍ତୁ ।

୨. ଅତ୍ୟଧିକ ଗରିଷ୍ଠ ଭୋଜନ ଦ୍ୱାରା ଶରୀରରେ ୟୁରିକ ଏସିଡ ସୃଷ୍ଟି ହୋଇଥାଏ । ମାଂସ ଜାତୀୟ ଖାଦ୍ୟ , ସମୁଦ୍ର ମାଛ ଭଳି ଖାଦ୍ୟ ୟୁରିକ ଏସିଡ ସୃଷ୍ଟି ହେବାର ମୁଖ୍ୟ ବାହାକ ହୋଇଥାଏ । ଯଥା ସମ୍ଭବ ଶାକାହାରୀ ଭୋଜନ ଖାଇବାକୁ ଚେଷ୍ଟା କରନ୍ତୁ ।

୩. ଅତ୍ୟଧିକ ମଦ୍ୟପାନ, ବିୟର, ସୋଢା ଏବଂ ଅତ୍ୟଧିକ ମୃଦୁ ଶର୍କରା ଯୁକ୍ତ ପାନୀୟ ପିଇବା ଦ୍ୱାରା ୟୁରିକ ଏସିଜ ଅଧିକ ହୋଇଧାଏ । କେବଳ ଏତିକି ନୁହେଁ , ଅଧିକ ମେଡିସିନ ଖାଉଥିବା ଲୋକମାନଙ୍କୁ ମଧ୍ୟ ଅଧିକ ୟୁରିକ ଏସିଡ କ୍ଷରିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ଏ ସବରୁ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ ।

Get real time updates directly on you device, subscribe now.