fbpx

ଅଟା ଚକଟିବା ପରେ ଆଙ୍ଗୁଠି ଚିହ୍ନ ଦେବାକୁ ଭୁଲନ୍ତୁ ନାହିଁ, ଜାଣନ୍ତୁ ଏହା ପଛରେ ଥିବା ଆଶ୍ଚର୍ଯ୍ୟଜନକ କାରଣ

AAKASH

ଓଡ଼ିଶା ଭାସ୍କର: ରୋଷେଇ ଆମ ପ୍ରତ୍ୟେକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରୋଷେଇର ସମସ୍ତ ପ୍ରକାର ପ୍ରଭାବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପକାଇଥାଏ । ତେବେ ବାସ୍ତୁଶାସ୍ତ୍ରରେ ମହିଳାମାନେ ଅଟା ଚକଟିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ପରିବାରର ଖୁସି ବଢିଥାଏ ।

ସାଧାରଣତଃ ଘରେ ମହିଳାମାନେ ଅଟା ଚକଟିବା ପରେ ନିଜ ଆଙ୍ଗୁଠିର ଦାଗ ଦେଇଥାଆନ୍ତି । ଏଥିରେ ପୂର୍ବ ପୁରୁଷଙ୍କ ସହ ସମ୍ବନ୍ଧ ରହିଥାଏ । ଅଟା ଗୁଳା ପିଣ୍ଡ ସମାନ ହୋଇଥାଏ । ଅଟାକୁ ପିଣ୍ଡରେ ପିତୃପୁରୁଷଙ୍କ ପାଇଁ ଭୋଜନ କରାଯାଇଥାଏ ।

ଏପରି ଅଟାର ରୁଟିକୁ ଖାଇ ପିତୃପୁରୁଷ ରାଗିଯାଆନ୍ତି । ପରିବାରରେ ପିତୃପୁରୁଷ ଦୋଷର ଛାୟା ବୁଲିଥାଏ ସେଥିପାଇଁ ଅଟା ଚକଟିବା ବେଳେ ଆଙ୍ଗୁଠିର ଚିହ୍ନ ନିହାତି ବନାଇବା ଆବଶ୍ୟକ । ଯାହାଦ୍ୱାରା ତାହା ଖାଇବାର ଯୋଗ୍ୟ ହୋଇଥାଏ ।

ଅଟା ଚକଟିବାର ବାସ୍ତୁ ଉପାୟ:
-ରୋଷେଇ ଏବଂ ଭୋଜନକୁ ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ । ବାସ୍ତୁ ଅନୁଯାୟୀ, ଗୃହିଣୀଙ୍କୁ ସର୍ବଦା ସ୍ନାନ ପରେ ରୋଷେଇ ଘରେ ପ୍ରବେଶ କରି ଅଟା ଚକଟିବା ଆବଶ୍ୟକ । ଏଥିରେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୋଇଥାଆନ୍ତି ।
-ଅଟା ଚକଟିବା ପରେ ତାକୁ ଅଧିକ ବିଳମ୍ବ ପର୍ଯ୍ୟନ୍ତ ନ ରଖିବା ଆବଶ୍ୟକ । ଅଟା ଚକଟି ସାରିବା ପରେ ଏଥିରେ ନକରାତ୍ମକ ପ୍ରଭାବ ପଡିଥାଏ । ଏଥିସହ ଜୀବାଣୁ ମଧ୍ୟ ଲାଗିପାରନ୍ତି । ଏଥିରେ ରୁଟି ଖାଇବା ଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ମାନସିକ ଚିନ୍ତା ହୋଇଥାଏ ।
-ବାସି ଅଟାରେ ରୁଟି ତିଆରି ନ କରିବା ଆବଶ୍ୟକ । ବାସି ଅଟା ରାହୁ ସହ ତୁଳନା କରାଯାଇଥାଏ । ଏଥିରେ ରୁଟି ଖାଇବାରେ ରାହୁ ମାନସିକ ସ୍ଥିତିକୁ ସନ୍ତୁଳନ କରିନଥାଏ ।

Get real time updates directly on you device, subscribe now.