fbpx

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା: ମେ ୨୬ରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ । ସେହିଦିନ ଅପରାହ୍ଣ ସମୟରେ ଫଳାଫଳ ପ୍ରକାଶ କରାଯିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ଏକ ସମୟରେ ସମସ୍ତ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ରେଜଲ୍ଟ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପୂର୍ବରୁ ଯୋଜନା କରାଯାଇଥିଲେ ହେଁ ତାହା ସଫଳ ହୋଇ ପାରି ନଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁନ୍ ମାସ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କୁହାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ହେବା ସହ ସାଧାରଣ ନିର୍ବାଚନ ପାଇଁ ପରୀକ୍ଷା ଫଳାଫଳ ପ୍ରସ୍ତୁତି ପ୍ରଭାବିତ ହୋଇଥିବା ପରିଷଦର ଜଣେ ଅଧିକାରୀ ସୂଚନା ଦେଇଥିଲେ । ଆଜି ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.