fbpx
BJD
BJD SKY
BJD SKY

ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ବିରୁଦ୍ଧରେ ବାରାଣସୀରୁ ହେବେ ପ୍ରାର୍ଥୀ! ଇଣ୍ଡିଆ ମେଣ୍ଟକୁ ଏହି ବଡ ନେତାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନ ଲଢିବା ଲାଗି ପରାମର୍ଶ ଦେଇଛନ୍ତି । ସମାଜବାଦୀ ପାର୍ଟି ନେତା ଆଇପି ସିଂହ କହିଛନ୍ତି ଉତ୍ତରପ୍ରଦେଶ ବାରାଣସୀ ଲୋକସଭା ସିଟ୍‌ରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କିମ୍ବା ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ନିର୍ବାଚନ ଲଢିବା ଉଚିତ । ଇଣ୍ଡିଆ ମେଣ୍ଟକୁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।
ସମାଜବାଦୀ ପାର୍ଟି ନେତା ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ମେଣ୍ଟର ୩ ଜଣଙ୍କ ନାମ ସୁପାରିଶ କରିଛନ୍ତି । ସେ କହିଛନ୍ତି ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଅରବିନ୍ଦ କେଜ୍ରିୱାଲ, କିମ୍ବା ସୁନୀତା କେଜ୍ରିୱାଲ କିମ୍ବା ସଂଜୟ ସିଂହଙ୍କୁ ଲଢିବାକୁ ଦିଆଯିବା ଉଚିତ । ସେ କହିଛନ୍ତି ଏହିମାନେ ନିର୍ବାଚନ ଲଢିବା ଦ୍ୱାରା ବାରାଣସୀରେ ମେଣ୍ଟର ଦାବୀଦାର ମଜଭୁତ ହେବ ।

ସମାଜବାଦୀ ପାର୍ଟି ନେତା ଆଇପି ସିଂହ ଏକ୍ସରେ ଲେଖିଛନ୍ତି, ବାରାଣସୀ ଲୋକସଭା ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବାଚନ ଲଢିବାକୁ ହେବ । କିମ୍ବା ତାଙ୍କ ଧର୍ମପତ୍ନୀ ପୂର୍ବତନ ଆଇଏଏସ୍ ଶ୍ରୀମତି ସୁନୀତା କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ/ବିଜେପି ବିରୁଦ୍ଧରେ ମହିଳା ଉତ୍ପୀଡନକୁ ନେଇ ନାମାଙ୍କନ ଦାଖଲ କରନ୍ତୁ । ଅନ୍ୟଥା ଆପ୍‌ର ଅନ୍ୟ ଜଣେ ମଜଭୁତ ସ୍ତମ୍ଭ ସଂଜୟ ସିଂହ ଏହି ଆସନରୁ ନାମାଙ୍କନ ଦାଖଲ କରନ୍ତୁ । ସେ କହିଛନ୍ତି ଏମାନଙ୍କ ମଧ୍ୟରୁ କେହି ଜଣେ ବାରାଣସୀରେ ନିର୍ବାଚନ ଲଢିଲେ ବିଜେପିକୁ ପରାଜିତ କରାଯାଇପାରିବ ।

ତେବେ ଏହି ସିଟ୍‌ରୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କୁ ଟିକେଟ୍ ଦେଇଛି । ସେହିପରି ସମାଜବାଦୀ ପାର୍ଟି ମୁସଲିମ୍ ପ୍ରାର୍ଥୀ ଅତହର ଜମାଲ ଲାରୀଙ୍କୁ ମଇଦାନକୁ ଓହ୍ଲାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ୨୦୧୪ରେ ଅରବିନ୍ଦ କେଜ୍ରିୱାଲ ବାରାଣସୀ ସିଟ୍‌ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିଥିଲେ । ସେ ଏହି ନିର୍ବାଚନରେ ୨ୟ ସ୍ଥାନରେ ଥିଲେ ।

Get real time updates directly on you device, subscribe now.