fbpx
BJD SKY
BJD SKY

ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି! ଆପଣଙ୍କର ବିଜୁଳି ବିଲ୍ ଅଧା ହୋଇଯିବ, ଘରେ ଲଗାନ୍ତୁ କମ୍ ଦାମର ୪ଟି ଡିଭାଇସ୍

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ଆଇସକ୍ରିମ, ସରବତ ସେବନ କରିବା ସହିତ ଫ୍ୟାନ, ଏସି, କୁଲର ଉପରେ ଭରସା କରୁଛନ୍ତି । ତେବେ ଏହି ସମସ୍ତ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଅଧିକ ସମୟ ଧରି ଚଲାଇବା ଫଳରେ ଅଧିକ ବିଦ୍ୟୁତ ବିଲ୍ ଆସିବା ସ୍ୱାଭାବିକ । ତେଣୁ ଏପରି ସ୍ଥିତିରେ ଜନସାଧାରଣ ଗୋଟିଏ ପଟେ କଷ୍ଟ ସହୁଥିବା ବେଳେ ଅନ୍ୟପଟେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ମୁଣ୍ଡରେ ହାତ ଦେଉଛନ୍ତି ।

ତେବେ ବିଜୁଳି ବିଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ଏକ ନୂଆ ତରିକା ଆପଣାଇ ପାରିବେ । ଆପଣ ନିଜ ଘରେ ଏକ ଡିଭାଇସ୍ ଲଗାଇ ନିଜର ବିଜୁଳି ବିଲକୁ ଅଧା କରିପାରିବେ । ଏହି ଯନ୍ତ୍ରକୁ ଲଗାଇବା ପରେ ଆପଣମାନେ ଘରେ ବସି ଏସି, କୁଲର, ଫ୍ୟାନରୁ ଥଣ୍ଡା ହାୱାର ମଜା ନେଇ ପାରିବେ । ‘ପୁନଜୋନ ସୁପର ମ୍ୟାକ୍ସ ପାୱର’ ଏକ ଇଲେକ୍ଟ୍ରିକ ସେଭର ଡିଭାଇସ ଅଟେ । ଏହି ଡିଭାଇସ ଲୋ-ଭୋଲଟେଜ ଷ୍ଟାବିଲାଇଜର ପରି କାମ କରିଥାଏ । ଯଦି ଭୋଲଟେଜ ଅଧିକ ରହିଥାଏ ତେବେ ସେ ତାହାକୁ ଷ୍ଟାବିଲାଇଜ୍ କରିବାରେ ସହାୟତା ପ୍ରଦାନ କରିଥାଏ ।

ଏହି ଡିଭାଇସର ପ୍ରକୃତ ମୂଲ୍ୟ ୧୪୯୯ ଟଙ୍କା ହୋଇଥିବା ବେଳେ ୭୩ ପ୍ରତିଶତ ରିହାତି ପରେ ଆପଣମାନେ ତାହାକୁ ମାତ୍ର ୩୯୮ ଟଙ୍କାରେ କିଣି ପାରିବେ । ଏହି ଡିଭାଇସ ଇ-କମର୍ସ ପ୍ଲାଟଫର୍ମ ଆମେଜନରେ ବହୁତ ଶସ୍ତାରେ ମିଳିପାରିବ । ସେହିପରି ‘ଏମଡି ପ୍ରୋଇଲେକ୍ଟ୍ରୋ’ ଡିଭାଇସକୁ ଆପଣମାନେ ଉଭୟ ଆବାସିକ ଓ ବ୍ୟବସାୟିକ ସ୍ଥାନରେ ଲଗାଇ ପାରିବେ । ଏହା ଆପଣଙ୍କର ବିଜୁଳି ବିଲକୁ ଅଧାରୁ କମ୍ କରିଦେବ । ଏହି ଡିଭାଇସରେ ୬୭ ପ୍ରତିଶତ ରିହାତି ପରେ ଆପଣମାନେ ତାହାକୁ ମାତ୍ର ୭୨୦ ଟଙ୍କାରେ କିଣିପାରିବେ ।

ସେହିପରି ୩୯୮ ଟଙ୍କାରେ ମିଳୁଥିବା ‘କେୟୋରା ଟର୍ବୋ ମ୍ୟାକ୍ସ ପାୱର’ ଡିଭାଇସ ଲଗାଇ ଆପଣମାନେ ନିଜର ବିଦ୍ୟୁତ୍ ବିଲ କମ୍ କରିପାରିବେ । ସେହିପରି ‘ୱିଙ୍ଗୱନ ସୁପର ମ୍ୟାକ୍ସ ହେଭି ଡୁଟି’ ବିଦ୍ୟୁତ ସେଭିଂ ଡିଭାଇସକୁ ଆପଣମାନେ ଆମାଜନରେ ମାତ୍ର ୫୪୯ ଟଙ୍କାରେ ମିଳୁଛି । ଏହି ଡିଭାଇସ୍ ଗୋଟିଏ କିଣିଲେ ଗୋଟିଏ ମାଗଣାରେ ମିଳୁଛି । ଏହି ଡିଭାଇସ ଲଗାଇବା ସହିତ ଆପଣ ନିଜର ବୈଦ୍ୟୁତିକ ଡିଭାଇସକୁ ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡ଼ିବ । ଆବଶ୍ୟକ ନଥିଲେ ଏହି ଡିଭାଇସକୁ ବନ୍ଦ କରି ରଖିବେ । କେବଳ ଜରୁରୀ ସମୟରେ ଏହାକୁ ଚଲାଇପାରିବେ ।

Get real time updates directly on you device, subscribe now.