fbpx
BJD
BJD SKY
BJD SKY

ଏଣିକି ସରକାରୀ ଆପ୍ ଡାଉନ୍‌ଲୋଡ୍ କରିବା ହେଲା ସହଜ, ଫେକ୍ ଆପ୍ ମାଧ୍ୟମରେ ଡାଟା ଚୋରି ଉପରେ ଲାଗିବ ରୋକ୍‌

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋର ସରକାରୀ ଆପ୍ ଆଇନଗତ କି ନୁହେଁ ଏହା ଚିହ୍ନଟ କରିବାର ପ୍ରକ୍ରିୟା ସହଜ କରିଦେଇଛି । ଫେକ୍ ସରକାରୀ ଆପ୍ ମାଧ୍ୟମରେ ଡାଟା ଚୋରି କିମ୍ବା ଅନଲାଇନ୍ ଫ୍ରଡ୍ ଉପରେ ରୋକ୍ ଲଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏକ ବିଜ୍ଞପ୍ତିରେ ଗୁଗୁଲ କହିଛି ଯେ ଦୀର୍ଘ ମାସର ପରୀକ୍ଷଣ ପରେ ପ୍ରାୟ ୧୪ଟି ଦେଶରେ ଅଫିସିଆଲ ବ୍ୟାଜ୍ ସୁବିଧା ଜାରି କରାଯାଇଛି ଯାହା ସ୍ପଷ୍ଟ ଭାବରେ ଆଇନଗତ ସରକାରୀ ଆପକୁ ଚିହ୍ନଟ କରିବ । ବର୍ତ୍ତମାନ ଏହି ବ୍ୟାଜ୍ ଅଷ୍ଟ୍ରଲିଆ, କାନାଡା, ଜର୍ମାନି, ଫ୍ରାନ୍ସ, ୟୁକେ, ଜାପାନ୍‌, ଦକ୍ଷିଣ କୋରିଆ, ୟୁଏସ୍‌, ବ୍ରାଜିଲ, ଇଣ୍ଡୋନେସିଆ, ଭାରତ ଏବଂ ମେକ୍ସିକୋରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଆପ୍ କଭର କରୁଛି । ଏଣିକି ଗୁଗୁଲ ପ୍ଲେ ଷ୍ଟୋରରେ କୌଣସି ସରକାରୀ ଆପର ନାଁ ସର୍ଚ୍ଚ କରିଲେ ପୃଥକ ଭାବେ ଏକ ବ୍ୟାଜ୍ ଲିଷ୍ଟିଂ ଦେଖିପାରିବେ । କୌଣସି ସରକାରୀ ଆପ୍ ଉପରେ କ୍ଲିକ୍ କରିବା ପରେ ସ୍କ୍ରିନ୍ ଉପରେ ଏକ ନୂତନ ନୋଟିଫିକେସନ ଡିସପ୍ଲେ ହୋଇଥାଏ । ଯାହା ଅଫିସିଆଲ ଆପ୍ ବୋଲି ସୂଚାଇଥାଏ । ଉଦାହରଣ ସ୍ୱରୂପ ‘Digilocker’ ଆପ୍ ଉପରେ କ୍ଲିକ୍ କରିଲେ ଲିଷ୍ଟିଂରେ ‘Government’ ବ୍ୟାଜ୍ ଦେଖିପାରିବେ । ଏହା ଉପରେ କ୍ଲିକ୍ କରିଲେ ଏକ ପପ୍‌-ଅପ୍ ଖୋଲିଥାଏ ଯେଉଁଥିରେ ‘ଏହି ଆପକୁ ପ୍ଲେ ଭେରିଫାଇ କରିଛି ଯାହା ସରକାରୀ ସଂସ୍ଥା ସହ ଜଡ଼ିତ’ ଲେଖା ରହିଥାଏ । ତେବେ ଭାରତରେ Digilocker, mAdhaar, mParivahan, Voter Helpline ଏବଂ ଅନ୍ୟାନ୍ୟ ଆପରେ ଏହି ନୂତନ ବ୍ୟାଜ୍ ଦେଖିପାରିବେ । ଏହି ବ୍ୟାଜ୍ ମାଧ୍ୟମରେ ୟୁଜର ଫେକ୍ ଆପ୍ ଠାରୁ ଦୂରେଇ ରହିପାରିବ ଏବଂ ସେମାନଙ୍କ ଡାଟା ସୁରକ୍ଷିତ ରହିଥାଏ । ଏହା ବ୍ୟତୀତ ଗୁଗୁଲ ଏହା ମଧ୍ୟ ନିଶ୍ଚିତ କରିଥାଏ ଯେ ସରକାରୀ ଦସ୍ତାବିଜ୍ କିମ୍ବା ଏହା ସହ ଜଡ଼ିତ ଡାଟା ବିନା ଅନୁମତିରେ ଆପରେ ଷ୍ଟୋର ନହେଉ ।

Get real time updates directly on you device, subscribe now.