fbpx
BJD
BJD SKY
BJD SKY

ପୁଣି ଏଲଭିସ୍ ଯାଦବଙ୍କ ବଢିଲା ସମସ୍ୟା, ମନି ଲଣ୍ଡରିଂ କେସ୍‌ରେ ଇଡି ଦାଖଲ କଲା FIR

ନୂଆଦିଲ୍ଲୀ: ବିଗ୍ ବସ୍ ଓଟିଟି ୨ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୌତମ ବୁଦ୍ଧ ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ରୁଜୁ ସାପ ଜହର ଯୋଗାଣ ମାମଲାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ୧୭ ମାର୍ଚ୍ଚରେ ଏଲଭିସ୍ ଯାଦବଙ୍କୁ ଗିରଫ କରାଯାଇଥିଲା । ଏହାପରେ କୋର୍ଟ ପକ୍ଷରୁ ତାଙ୍କୁ ୧୪ ଦିନ ଲାଗି ନ୍ୟାୟିକ ହେପାଜତରେ ଲୁକ୍‌ସର ଜେଲ୍‌କୁ ପଠାଇ ଦିଆଯାଇଥିଲା । ତେବେ ଏହାର ୫ ଦିନ ପରେ ଏକ ସ୍ଥାନୀୟ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ ।

ଏହାରି ମଧ୍ୟରେ ଇଡିର ଜଣେ ଅଧିକାରୀ କହିଛନ୍ତି ଏହାର ଲକ୍ଷ୍ନୌ ୟୁନିଟ୍ ର‌୍ୟାକେଟ୍‌ରେ ବଡ ରକମର ଅର୍ଥ କାରବାରକୁ ଦେଖି ସାପ ଜହର ଯୋଗାଣ ମାମଲାରେ ଏଲଭିସ୍ ଯାଦବ ଓ ଅନ୍ୟମାନଙ୍କ ବିରୁଦ୍ଧରେ ପିଏମଏଲଏ ଧାରା ଜରିଆରେ ମାମଲା ରୁଜୁ କରାଯାଇଛି । ଅଧିକାରୀ କହିଛନ୍ତି ଇଡି ଟିମ୍ ଏଲଭିସ୍ ଯାଦବଙ୍କ ସହିତ ଓ ପୁରୁଣା ମାମଲାରେ ସାମିଲ ଅନ୍ୟ ଲୋକଙ୍କୁ ପଚରାଉଚୁରା କରିପାରେ ।

ଏହା ବ୍ୟତିତ ଏଲଭିସ୍ ଯାଦବଙ୍କ ପାଖରେ ଥିବା ଏକାଧିକ ମହଙ୍ଗା କାର୍ ବିଷୟରେ ମଧ୍ୟ ଇଡି ଯାଞ୍ଚ କରିବ । ଏଲଭିସ୍‌ଙ୍କ ସହିତ ବଡ ବଡ ହୋଟେଲ୍ ରିସୋର୍ଟ ଓ ଫାର୍ମ ହାଉସ୍ ମାଲିକଙ୍କୁ ମଧ୍ୟ ପଚରାଉଚୁରା କରିବ ।
ଏଲଭିସ୍ ଯାଦବଙ୍କ ଉପରେ କେସ୍ ରୁଜୁ ହେବାର ୬ ମାସ ପରେ ଏପ୍ରିଲ ୬ ତାରିଖରେ ଗୌତମ ବୁଦ୍ଧ ନଗର ପୋଲିସ ଏହି ମାମଲାରେ ଏଲଭିସ୍ ଓ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଜରିଆରେ ୧୨୦୦ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛନ୍ତି । ଚାର୍ଜସିଟ୍‌ରେ କୁହାଯାଇଛି କିପରି ସାପ ବିଷ ସଂଗ୍ରହ କରାଯାଉଥିଲା ଓ ବିଭିନ୍ନ ପାର୍ଟିରେ ଏହି ବିଷର ଉପଯୋଗ କରାଯାଉଥିଲା ।

Get real time updates directly on you device, subscribe now.